ନିର୍ବାଚନ ମଇଦାନରେ ସାଧାରଣ ଜନତାଙ୍କୁ ଦେଉଛନ୍ତି ପୁଳାପୁଳା ପ୍ରତିଶ୍ରୁତି । ହେଲେ ଟିକେ ଦେଖନ୍ତୁ ଏ ଭିଡିଓ । ବିଚ୍ ରାସ୍ତାରେ ପୋଲିସକୁ ନାଲି ଆଖି ଦେଖାଉଛନ୍ତି ଧର୍ମେନ୍ଦ୍ର ବାବୁ । ଏ ଦୃଶ୍ୟ ଗତକାଲି ସମ୍ବଲପୁର ସହରର । ସମ୍ବଲପୁର ଫ୍ଲାଇଂ ସ୍କ୍ୱାର୍ଡ ତାଙ୍କ ଡ୍ୟୁଟି କରୁଥିବା ବେଳେ ତାଙ୍କୁ ସହଯୋଗ ନକରି ଯୁକ୍ତିତର୍କ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଗତକାଲି ସମ୍ବଲପୁର ସ୍ଥିତ ଏମସିଏଲ ହେଲିପ୍ୟାଡ ନିକଟରେ ଧର୍ମେନ୍ଦ୍ର ହେଲିକପ୍ଟରରେ ପହଂଚିଥିଲେ । ପରେ ଫ୍ଲାଇଂ ସ୍କ୍ୱାର୍ଡ ହେଲିକପ୍ଟର ଯାଂଚ କରିବାକୁ କହିବାରୁ ଏଥିରେ ସହଯୋଗ କରିବା ବଦଳରେ ଫ୍ଲାଇଂସ୍କ୍ୱାର୍ଡକୁ ନାଲି ଆଖି ଦେଖାଇଥିଲେ ଧର୍ମେନ୍ଦ୍ର । ଫ୍ଲାଇଂ ସ୍କ୍ୱାର୍ଡ ତାଙ୍କୁ କାଗଜପତ୍ର ଦେଖାଇବାକୁ କହିବାରୁ କ୍ଷୁବ୍ଧ ହୋଇଯାଇଥିଲେ ଧର୍ମେନ୍ଦ୍ର । ଏହାପରେ ଧର୍ମେନ୍ଦ୍ର ପାଲଟା ପ୍ରଶ୍ନ କରି ଅଧିକାରୀଙ୍କୁ ପରିଚୟ ପତ୍ର ଦେଖାଇବାକୁ କହିଥିଲେ । ଏଠାରେ ଆମେ କହିରଖୁଛୁ, ଗତ ୨୦ ଦିନ ତଳେ ସମାନ ଭାବେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ୟ୍ୟ ହିଞ୍ଜିଳି ଠାରେ ଫ୍ଲାଇଂ ସ୍କ୍ୱାର୍ଡ ସହ ଯୁକ୍ତିତର୍କ କରିଥିଲେ । ଅଧିକାରୀ ମାନେ ତାଙ୍କ ଗାଡିକୁ ଅଟକାଇ ଯାଂଚ କରିବାକୁ କାଗଜ ପତ୍ର ଦେଖାଇବାକୁ କହିବାରୁ ପୀତାମ୍ବର ତାଙ୍କୁ ନାଲି ଆଖି ଦେଖାଇବା ସହ ଯୁକ୍ତିତର୍କ କରିଥିଲେ ।

LEAVE A REPLY

Please enter your comment!
Please enter your name here