ବାଲେଶ୍ଵରରେ କଂଗ୍ରେସର ଜୋରଦାର ପ୍ରଚାର. ବାଲେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ରାଣୀ ମନୋଜ ମଂଜରୀ ଦେବୀ ପ୍ରାର୍ଥୀ ହୋଇଛନ୍ତି. କଂଗ୍ରେସର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ନୀଳଗିରି ବ୍ଲକର ପଚିଶଟି ପଞ୍ଚାୟତରେ ନିର୍ବାଚନୀ ପ୍ରଚାର କରିବା ସହ କଂଗ୍ରେସ ସରକାରକୁ ଆସିଲେ କୃଷି ରୁଣ ଛାଡ କରିବା, ଚାଷୀଙ୍କୁ ଭତ୍ତା, ଅଙ୍ଗନୱାଡି କର୍ମୀଙ୍କୁ ନିୟମିତ କରିବା ଭଳି ବିଭିନ୍ନ ପ୍ରତିଶୃତି ଦେଇ ଭୋଟ ଭିକ୍ଷା କରିଥିଲେ. ମିତ୍ରପୁର ଠାରୁ ରୋଡ ସୋ କରି ନବଜ୍ୟୋତି ଓ ରାଣୀ ମନୋଜ ମଂଜରୀ ଦେବୀ ଭୋଟ ଦେବାକୁ ନିବେଦନ କରିଥିଲେ. ବେଗୁନିଆ ପଞ୍ଚାୟତରେ ରାସ୍ତା ନଥିବାରୁ ବାଇକରେ ଯାଇ ଘର ଘର ବୁଲି ପ୍ରଚାର କରିଥିଲେ. ତେବେ ସବୁ ଦଳର ନେତାଙ୍କ ପ୍ରଚାର ଜୋରଦାର ହୋଇଥିବା ବେଳେ ଭୋଟର ଯିଏ କାମ କରିବ, ତାଙ୍କୁ ଭୋଟ ଦେବୁ ବୋଲି କହିଛନ୍ତି.

LEAVE A REPLY

Please enter your comment!
Please enter your name here