ଗଣତନ୍ତ୍ରର ରିଅଲ ହିରୋ । ମାଓବାଦୀ ଯେମିତି ଟେର ନପାଇବେ ସେଥିପାଇଁ ବିନା ଲାଇଟ୍ ଏବଂ ବିନା ଗାଡିରେ ଦୁଇଟି ବୁଥର ପ୍ରାୟ ୧୪ଜଣ ଅଧିକାରୀ ୧୫ କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲିଚାଲି ଆସିଛନ୍ତି । ଆଉ ଏମାନଙ୍କୁ ସୁରକ୍ଷା ଯୋଗାଇଥିଲେ ସିଆର୍‌ପିଏଫ୍‌ ଯବାନ ।  ଗତକାଲି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ସିର୍ଲାରେ ପଂଚାୟତରେ ୧୩୭ ଓ ୧୩୮ ନମ୍ବର ବୁଥରେ ରାତି ୭ଟା ବେଳେ ମତଦାନ ପ୍ରକ୍ରିୟା ଶେଷ ହୋଇଥିଲା । ସେମାନେ ଆସିବା ବାଟରେ ଆମ୍ବୁସ ଲଗାଯିବା ସହିତ ମାଓବାଦୀମାନେ ଗଛ କାଟି ପକାଇଥିଲେ ବୋଲି ସୂଚନା ମିଳିଥିଲା । ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଏକ ରାସ୍ତାରେ ସେମାନଙ୍କୁ ଚାଲି ଚାଲି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ଦୁଇଟି ବୁଥ୍‌ର ୧୪ ଜଣ ଅଧିକାରୀ ସିଆର୍‌ପିଏଫ୍‌ ହେପାଜତରେ ଦୀର୍ଘ ୧୫ କିଲୋମିଟର ଜଙ୍ଗଲି ରାସ୍ତାରେ ଚାଲି ଥିଲେ । ସେମାନଙ୍କୁ ମୋବାଇଲ ଓ ଲାଇଟ୍‌ର ବ୍ୟବହାର ପାଇଁ ବାରଣ କରାଯାଇଥିଲା ।

ରାତି ପ୍ରାୟ ୨ଟା ସମୟରେ ସମସ୍ତେ ବାଲିଗଡ଼ା ବ୍ଲକ୍‌ କାର୍ୟ୍ୟାଳୟରେ ପହଁଞ୍ଚିଥିଲେ ।ଏଠାରେ ଉଲ୍ଲେଖ ଯୋଗ୍ୟ,  ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ମାଲକାନଗିରିରେ ପୋଲିଂ ପାର୍ଟୀ ମାଓବାଦୀଙ୍କ ଭୟରେ ପ୍ରାୟ ୧୫ କିଲୋମିଟର୍‌ ଘଞ୍ଚ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଆସିଥିଲେ ।

LEAVE A REPLY

Please enter your comment!
Please enter your name here