ଆହାର ଯୋଜନା ବିରୋଧରେ ବିଜେପି କରୁଛି ଷଡଯନ୍ତ୍ର । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେଡି । ବିଜେଡି କାର୍ଯ୍ୟାଳୟରେ ପ୍ରେସମିଟ୍ କରି ଏଭଳି ଅଭିଯୋଗ ଆଣିଛନ୍ତି । ତେବେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛି ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି । ଆହାର ବିରୋଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷଡଯନ୍ତ୍ର କରୁଛନ୍ତି । କେନ୍ଦ୍ରୀୟ ସଂସ୍ଥାକୁ ଫଣ୍ଡ ଦେବାରୁ ଓହରିଛନ୍ତି । ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ଏମସିଏଲ, ନାଲକୋ, ଆରଏସପି ଓହରିଥିବା ବିଜେଡି ଅଭିଯୋଗ କରିଛି । ଧର୍ମେନ୍ଦ୍ର ସିଏସଆର ଫଣ୍ଡକୁ ଡାଇଭର୍ଟ କରିଛନ୍ତି । ବିହାର ଭୟର ବାତାବରଣ ସୃଷ୍ଟି କରୁଛି ବିଜେପି । ଭିଡିଓ ଭାଇରାଲ କରୁଛନ୍ତି , ବିଜେପି ଲୋକ ଇଭିଏମ ଭାଙ୍ଗୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ତେବେ ବିଜେପି ଆତଙ୍କ ସୃଷ୍ଟି କରୁଥିବାବେଳେ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।