ମାଲକାନଗିରି ଜିଲ୍ଲା ଏମଭି୭୯ ଗାଁରେ ଅଘଟଣ । ସାତ ଜନମକୁ ସାଥି କରିବା ପାଇଁ କଥାଦେଇଥିବା ସ୍ୱାମୀ ବିବାହକୁ ୨ମାସ ନପୁରୁଣୁ ସ୍ତ୍ରୀ ଉପରକୁ ଏସିଡ ମାଡ଼ କରିଛି । ରବିବାର ଏମଭି ୮୩ ଗାଁର ମମତା ଯୋଦ୍ଧାର ନାମକ ଜଣେ ମହିଳା ନିଜ ସମ୍ପର୍କୀୟଙ୍କ ସହ ଏମଭି-୭୯ବଜାର ଯାଇଥିବା ବେଳେ ପଛପଟୁ ମମତାଙ୍କ ସ୍ୱାମୀ ତାଙ୍କ ଉପରେ ଏସିଡି ପକାଇ ଦେଇଥିଲେ । ଏସିଡ ମାଡରେ ମମତାଙ୍କ ଶରୀରର କିଛି ଅଂଶ ପୋଡିଯାଇଛି । ପାରିବାରିକ କଳହକୁ ନେଇ ଏପରି  ହୋଇଥିବା ଅନୁମାନ କରାଯାଉଛି । ତେବେ ମମତା ବର୍ତ୍ତମାନ ଏମଭି-୭୯ ମେଡିକାଲରେ ଚିକିତ୍ସା ହେଉଥିବାବେଳେ ତାଙ୍କ ସ୍ୱାମୀ ତପନ ମଣ୍ଡଳ ଘଟଣା ପରେ ଫେରାର ହୋଇ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here