ଦିଲ୍ଲୀର ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ୯ଟି ସଭିଲ ଆସନରୁ ପ୍ରାର୍ଥୀ କରିଛି ଦଳ । ଜେ.ପି ଅଗ୍ରୱାଲ ଚାନ୍ଦିନୀ ଚୌକରୁ ହୋଇଛନ୍ତି ପ୍ରାର୍ଥୀ । ଇଷ୍ଟ ଦିଲ୍ଲୀରୁ ଅରବିନ୍ଦର ସିଂ ଲଭଲି ପ୍ରାର୍ଥୀ ହୋଇଛନ୍ତି । ମହାବଳ ମିଶ୍ରଙ୍କୁ ୱେଷ୍ଟ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି ଦଳ । ନୂଆଦିଲ୍ଲୀ ଆସନରୁ ଲଢିବେ ବରିଷ୍ଠ ନେତା ଅଜୟ ମୋକେନ । ଉତର-ପଶ୍ଚିମ ଦିଲ୍ଲୀରୁ ରାଜେଶ ଲିଲୋଥିୟା। ଷଷ୍ଠ ପର୍ଯ୍ୟାୟରେ ଅର୍ଥାତ ମେ ୧୨ରେ ଦିଲ୍ଲୀର ସମସ୍ତ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ।

LEAVE A REPLY

Please enter your comment!
Please enter your name here