ନିର୍ବାଚନ ପ୍ରଚାରର ଶେଷ ଦିନରେ ଦୁଇ ପ୍ରତିଦ୍ବନ୍ଦୀ ବିଜେଡି ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସମିଟ କରି କହିଲେ ନବୀନ ଗତ 19 ବର୍ଷ ଧରି କଣ କରିଛନ୍ତି, ତାର ହିସାବ ଦେଉନାହାନ୍ତି. ସେହିପରି ଆସନ୍ତା ପାଞ୍ଚ ବର୍ଷ ପାଇଁ କଣ କରିବେ, ତାର ଯୋଜନା କଥା କହୁନାହାନ୍ତି. ନବୀନଙ୍କ ସରକାରକୁ କଟୁ ସମାଲୋଚନା କରିବା ସହ ଦେଶବ୍ୟାପୀ ମୋଦୀଙ୍କ ବିକାଶ ପ୍ରକ୍ରିୟାକୁ ସମର୍ଥନ ମିଳୁଛି ବୋଲି କହିଛନ୍ତି. ଜବାବ ରଖିଛି ବିଜେଡି. ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପିର ଡବଲ ଇଂଜିନ ଫେଲ ହୋଇଛି. ଧର୍ମେନ୍ଦ୍ର ନିର୍ବାଚନ ହାରିବାର ଭୟରେ ଛାନିଆ ହୋଇଗଲେଣି. ଗତ 19 ବର୍ଷ ଧରି ବିଜେଡି ସରକାର ଯାହା କରିଛି, ତାର ହିସାବ ସବୁଦିନ ଦିଆଯାଉଛି. ତେବେ ବିଜେପି ଯୋଉ 120 ମିଶନ କଥା କହୁଛି, ତାହା ସମଗ୍ର ଦେଶ ପାଇଁ ଉଦ୍ଧିଷ୍ଟ ବୋଲି କହିଛନ୍ତି ସସ୍ମିତ.