ଇସ୍ରାଏଲ ଓ ପାଲେଷ୍ଟାଇନ ହମାସ ମଧ୍ୟରେ ଘମାଘୋଟ ଲଢେଇ । ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ରକେଟ ଆକ୍ରମଣ ଜବାବରେ ଇସ୍ରାଏଲ ମଧ୍ୟ ପ୍ରତିଆକ୍ରମଣ କରିଛି । ଦୁଇଦେଶ ମଧ୍ୟରେ ଯୁଦ୍ଧର ପ୍ରଥମ ଦିନରେ ତିନିଶହରୁ ଅଧିକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଇସ୍ରାଏଲ ଉପରେ ହମାସର ଅଚାନକ ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । କୋଡିଏ ମିନିଟ ମଧ୍ୟରେ ଇସ୍ରାଏଲ ଉପରେ ପାଞ୍ଚହଜାର ରକେଟ ଆକ୍ରମଣରେ ବହୁ କୋଠା ଧ୍ବସ୍ତବିଧ୍ବସ୍ତ ହୋଇଛି । ଜବାବରେ ଇସ୍ରାଏଲ ହମାସ ଉପରକୁ ଘନଘନ ରକେଟ ମାଡ ଜାରି ରଖିଛି । ତେବେ ରକେଟ ମାଡ ପରେ ହମାସର ଶହ ଶହ ଆତଙ୍କବାଦୀ ଇସ୍ରାଏଲ ଭିତରକୁ ପ୍ରବେଶ କରିଥିବାର ଦେଖିବାକୁ ମିଳିଛି । ହମାସ ୍ଆତଙ୍କବାଦୀ କହିଛନ୍ତି, ଇସ୍ରାଏଲ ପାଲେଷ୍ଟାଇନ ଜମି ଉପରେ ଜୋରଜବରଦସ୍ତି ଅଧିକାର ସାବ୍ୟସ୍ତ କରୁଛି । ପାଲେଷ୍ଟାନୀୟଙ୍କ ପବିତ୍ର ଧର୍ମସ୍ଥଳ ଜେରୁଜେଲମର ଅଲ୍ ଆକ୍ସା ଦଖଲ ପର୍ଯ୍ୟନ୍ତ ଏ ଯୁଦ୍ଧ ଜାରି ରହିବ ବୋଲି ଆତଙ୍କବାଦୀ ମୁଖ୍ୟ ମହମ୍ମଦ ଡେଫ୍ କହିଛନ୍ତି ।
2007ରୁ ଗାଜା ଉପରେ ନିଜ ନିୟନ୍ତ୍ରଣ ଜାହିର କରିବାକୁ ନେଇ ଇସ୍ରାଏଲ ଓ ପାଲେଷ୍ଟେନୀୟ ଆତଙ୍କବାଦୀଙ୍କ ମଧ୍ୟରେ ଅନେକଥର ଲଢେଇ ହୋଇଛି । ଆଜି ଇସ୍ରାଏଲ ଗାଜା ସୀମାନ୍ତ ବନ୍ଦ କରିଦେବା ପରେ ହମାସ୍ ଅଚାନକ ଆକ୍ରମଣ ଆରମ୍ଭ କରିଦେଇଥିଲା ।

ଦୁଇଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଯୋଗୁ ଭାରତ ଇସ୍ରାଏଳକୁ ଯାଉଥିବା ବିମାନ ବାତିଲ କରିଛି । ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ ଦେଇଛି । ଆମେରିକା ରାଷ୍ଟ୍ରପତି ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।