ପ୍ରସ୍ତୁତି ଶେଷ । ଅପେକ୍ଷା ମତଦାନକୁ । ରାଜ୍ୟର ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିବାବେଳେ ଶେଷ ନିର୍ବାଚନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଭୋଟର । ସୋମବାର ଅନୁଷ୍ଠିତ ହେବ ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଏବଂ  ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪୧ ବିଧାନସଭା ଆସନରେ ହେବ ଭୋଟିଂ । ମଇଦାନରେ ଥିବା ବହୁ ହେଭିୱେଟଙ୍କର ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର ।

 

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୟୁରଭଞ୍ଜ ଲୋକସଭା ଆସନରୁ ବିଜେଡିରୁ ଦେବାଶିଷ ମାରାଣ୍ଡି ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବିଶ୍ବେଶ୍ୱର ଟୁଡୁ.  କଂଗ୍ରେସର

ବାଲେଶ୍ୱରରେ ବିଜେଡି ସାଂସଦ ରବିନ୍ଦ୍ର କୁମାର ଜେନାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି-ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ କଂଗ୍ରେସ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ।

ଭଦ୍ରକରୁ ବିଜେଡିର ମଞ୍ଜୁଲତା ମଣ୍ଡଳ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଅଭିମନ୍ୟୁ ସେଠୀ ଏବଂ କଂଗ୍ରେସରୁ ମଧୁମ୍ମିତା ସେଠୀଙ୍କୁ ପ୍ରାର୍ଥୀ କରିଛି ଦଳ ।

ଯାଜପୁରରୁ ବିଜେଡିର ଶର୍ମିଷ୍ଠା ସେଠୀ, ବିଜେପିର ଅମିୟକାନ୍ତ ମଲ୍ଲିକ ଏବଂ କଂଗ୍ରେସ ମାନସ ଜେନାଙ୍କୁ ପ୍ରାର୍ଥୀ କରିଛି  ।

କେନ୍ଦ୍ରାପଡାରେ ବିଜେଡିରୁ ଅନୁଭବ ମହାନ୍ତି ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ ବୈଜୟନ୍ତ ପଣ୍ଡା ଏବଂ କଂଗ୍ରେସ- ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିଛି ।

ଜଗତସିଂହପୁରରେ ବିଜେଡିରୁ ରାଜଶ୍ରୀ ମଲ୍ଲିକ୍ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି- ବିଭୁପ୍ରସାଦ ତରାଇଙ୍କୁ ପ୍ରାର୍ଥୀ କରିଛି. କଂଗ୍ରେସ ପ୍ରତିମା ମଲିକଙ୍କୁ ମଇଦାନକୁ ଓହ୍ଲାଇଛି.

ବିଧାନସଭା ଆସନରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି

ଭଣ୍ଡାରି ପୋଖରୀରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ . ତାଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ . ସେହିପରି  ଭୋଗରାଇରୁ ବିଜେଡିର ଅନନ୍ତ ଦାସ,  ବସ୍ତାରୁ ବିଜେପି ପ୍ରାର୍ଥୀ ରଘୁନାଥ ମହାନ୍ତି ନିର୍ବାଚନ ମୁକାବିଲା କରୁଛନ୍ତି . ନିମାପଡା ନିର୍ବାଚନମଣ୍ଡଳୀରୁ ବିଜେପିରୁ ପ୍ରଭାତି ପରିଡା ପ୍ରାର୍ଥୀ ହୋଇଥିବା ବେଳେ ଜଗତସିଂହପୁରରୁ ବିଜେଡିରୁ ବିଧାୟକ ପ୍ରଶାନ୍ତ ମୁଦୁଲି, ନୀଳଗିରିରେ କଂଗ୍ରେସରୁ  ରାଣୀ ମନୋଜ ମଞ୍ଜରୀ ଦେବୀ ପ୍ରାର୍ଥୀ ହୋଇଛନ୍ତି । ବାସୁଦେବପୁରରୁ ବିଜେଡିର ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ଦଳ । କାକଟପୁରରୁ ବିଜେପିର ରବି ମଲ୍ଲିକ ଏବଂ ବିଜେଡିରୁ ତୁଷାରକାନ୍ତ ବେହେରା ପ୍ରତିଦ୍ବନ୍ଦିତା କରୁଛନ୍ତି । ଚାନ୍ଦବାଲିରୁ ବିଜେଡିର ବ୍ୟୋମକେଶ ରାୟ ବିଜେପିରୁ ମନମୋହନ ସାମଲ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିଞ୍ଚାରପୁରରୁ ନିର୍ବାଚନ ମୁକାବିଲା କରୁଛନ୍ତି ବିଜେଡିର ପ୍ରମିଳା ମଲ୍ଲିକ । ବଡଚଣାରେ ବିଜେଡିରୁ ଅମର ପ୍ରସାଦ ଶତପଥି, ଧର୍ମଶାଳାରୁ ବିଜେଡିର ପ୍ରଣବ କୁମାର ବଳବନ୍ତରାୟ, ଯାଜପୁରରୁ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ ସୁକିନ୍ଦାରୁ ବିଜେଡିର ପ୍ରିତିରଞ୍ଜନ ଘଡାଇ ପ୍ରତିଦ୍ବନ୍ଦିତା କରୁଛନ୍ତି । କେନ୍ଦ୍ରାପଡାରୁ କଂଗ୍ରେସର ଗଶେଶ୍ୱର ବେହେରା, ବିଜେଡିରୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେର ନିର୍ବାଚନ ଲଢୁଥିବା ବେଳେ ଆଳିରୁ ବିଜେଡିର ପ୍ରତାପ କେଶରୀ ଦେବ, କଂଗ୍ରେସରୁ ଦେବେନ୍ଦ୍ର ଶର୍ମା, ରାଜନଗରରୁ କଂଗ୍ରେସର ଅଂଶୁମାନ ମହାନ୍ତି ନିର୍ବାଚନ ମୁକାବିଲା କରୁଛନ୍ତି. ମହାକାଳପଡାରୁ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ନିର୍ବାଚନ ଲଢୁଥିବା ବେଳେ ସାଲେପୁରରୁ ବିଜେପିର ପ୍ରକାଶ ଚନ୍ଦ୍ର ବେହେରା, ମାହାଙ୍ଗାରୁ ବିଜେଡିର ପ୍ରତାପ ଜେନା, ନିଆଳିରୁ ବିଜେଡିର ପ୍ରମୋଦ ମଲ୍ଲିକ, ପାରାଦୀପରୁ ବିଜେଡିର ସମ୍ବିତ ରାଉତରାୟ, କଂଗ୍ରେସରୁ ଅରିନ୍ଦମ ସର୍ଖେଲ ଏବଂ ବିଜେପିରୁ ସମ୍ପଦ କୁମାର ସ୍ୱାଇଁଙ୍କର ଚତୁର୍ଥ ପର୍ଯ଼୍ୟାୟରେ ହେବ ଭାଗ୍ୟ ପରୀକ୍ଷା । ବାଲିକୁଦା ଏରସମାରୁ ବିଜେପିରୁ ଦାମୋଦର ରାଉତ, ବିଜେଡିରୁ ରଘୁ ନନ୍ଦନ ଦାସ  କଂଗ୍ରେସରୁ ଲଲାଟେନ୍ଦୁ ମହାପାତ୍ର ନିର୍ବାଚନ ମୁକାବିଲା କରୁଛନ୍ତି. ବାରିପଦାରେ ବିଜେଡିରୁ ସରୋଜିନୀ ହେମ୍ବ୍ରମ  ପ୍ରାର୍ଥୀ ହୋଇଥିବା ବେଳେ ଜଳେଶ୍ୱରରୁ ବିଜେଡିର ଅଶ୍ୱିନ କୁମାର ପାତ୍ର ଓ କଂଗ୍ରେସର ସୁଦର୍ଶନ ଦାସଙ୍କ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here