ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୬୨ ନମ୍ବର ବୁଥର କଣ୍ଟ୍ରୋଲ ୟୁନିଟ ଗାଏବ ଘଟଣାକୁ ସ୍ୱୀକାର କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।  କଣ୍ଟ୍ରୋଲ ୟୁନିଟ  ହଜିବା ଘଟଣାକୁ ସିଇଓ ମାନିଛନ୍ତି ।  ତାଙ୍କ ସୂଚନା ଅନୁଯାୟୀ ଗତ ୨୩ ତାରିଖ ରାତିରେ ଇଭିଏମ ରିସିଭ କରାଯାଇ ଷ୍ଟ୍ରଙ୍ଗରୁମରେ ରଖାଯାଇଥିଲା ।  ସମ୍ପୃକ୍ତ କଣ୍ଟୋଲ ୟୁନିଟକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମରେ ରଖାଯାଇଥିବା କୁହାଯାଇଥିଲା । ତେବେ ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମରେ ରଖାଯାଇନାହିଁ ।  ସେଠାରେ ୧୨ଟି ଷ୍ଟ୍ରଙ୍ଗରୁମ ରହିଛି । ଅନ୍ୟ ଷ୍ଟ୍ରଙ୍ଗରୁମରେ ରହିଥିବା ଇଭିଏମ ରିସିଭ କରିଥିବା ଅଧିକାରୀଙ୍କ ତ୍ରୁଟି ରହିଛି ।  ଜିଲ୍ଲାପାଳଙ୍କ ଠାରୁ ସୂଚନା ପାଇ ଆମେ ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇଛୁ  ଏବଂ  ଉକ୍ତ ବୁଥରେ ସାନି ମତଦାନ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ସିଇଓ କହିଛନ୍ତି ।  ତୃତୀୟ ପର୍ଯ୍ୟାୟର ମୋଟ 12ଟି ବୁଥରେ ସାନି ଭୋଟ ପାଇଁ ସୁପାରିଶ ହୋଇଛି ବୋଲି ସିଇଓ କହିଛନ୍ତି  ।

LEAVE A REPLY

Please enter your comment!
Please enter your name here