ବହୁ ଦୁଃଖ କଷ୍ଟରେ ଝିଅକୁ ବଢେଇ ବଡ କଲେ ବାପ ମା’ । ଆର୍ଥିକ ଅନଟନ ମଧ୍ୟରେ ଝିଅ ପାଠ ପଢିଲା ଏବଂ ଆଥଲେଟ୍ ଭାବରେ ପ୍ରଶିକ୍ଷଣ ନେଲା । ବିଭିନ୍ନ ବେସରକାରୀ ଅନୁଷ୍ଠାନ ଯଦିଓ ଆର୍ଥିକ ସହାୟତାର ହାତ ବଢାଇଥିଲେ ମାତ୍ର ନିପଟ ମଫସଲରୁ ଆସି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସୁନାମ ସାଉଁଟିବା କ୍ଷେତ୍ରରେ ବାପା ମା ଓ ପରିବାରର ଭୂମିକାକୁ ଆଡେଇ ଦେଇ ହେବନାହିଁ । ଆମେ କହୁଛୁ ଓଡିଶାର ଦୌଡରାଣୀ ଦୂତୀ ଚାନ୍ଦଙ୍କ କଥା । ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିବା ଦୂତୀ ଏବେ ତାଙ୍କ ବାପା ମାଙ୍କ ମନରେ ଦୁଃଖ ଦେଇଛନ୍ତି । ସମଲିଙ୍ଗୀ ବିବାହ କରିବା ପାଇଁ ଦୂତୀ ନିଷ୍ପତ୍ତି ନେବା ପରେ ତାଙ୍କ ଘରେ ଏହାକୁ ବିରୋଧ କରାଯାଉଛି । ଏହାକୁ ନେଇ ଦୂତୀ ନିଜ ଘର ଓ ପରିବାର ଦୂରେଇ ଯାଇଥିବା ଜଣାପଡିଛି । ଅତ୍ୟନ୍ତ କୋହଭରା କଣ୍ଠରେ ଦୂତୀଙ୍କ ମା କହିଛନ୍ତି, ଝିଅ ଆମ ସହ ସମ୍ପର୍କ କାଟି ଦେଇଛି , ଆଉ ଫୋନ କଲେ ଫୋନ୍ ଧରୁନାହିଁ । ବରଂ ଓଲଟା କହୁଛି ମୁଁ ତତେ ଚିହ୍ନିନାହିଁ । ତମେ ଭିକାରି, ତମେ ଯଦି ଭିକ ନ ମାଗିବ ତେବେ ମୁଁ ଦୂତୀ ଚାନ୍ଦ ନୁହଁ । ଦୂତୀଙ୍କ ଏଭଳି କଥା ତାଙ୍କ ମାଙ୍କ ମନରେ ଦୁଃଖ ଆଣି ଦେଇଛି

LEAVE A REPLY

Please enter your comment!
Please enter your name here