ଆଜି ରାଜ୍ୟରେ ୧୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି ପାଇଛି । ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲାରୁ ୩ ଏବଂ ଭୁବନେଶ୍ୱରରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର, ଅନୁଗୁଳ, ନୂଆପଡା ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି ।
ସେହିପରି ଆଜି ୧୯୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୯୩୧ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୧୨୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୮୧୧ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨,୫୨, ୧୯୭ ଏବଂ ଆକ୍ଟିଭ୍ କେସ୍ ରହିଛି ୨୦,୭୫୦ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୧୫୩, ଅନୁଗୁଳ-୧୨୦, ସୁନ୍ଦରଗଡ-୧୦୪, ମୟୂରଭଞ୍ଜ-୯୯, ଜତସିଂହପୁର-୭୮, ବାଲେଶ୍ୱର-୭୩, ପୁରୀ-୭୨, ଯାଜପୁର-୬୭, ବରଗଡ-୬୬, କେନ୍ଦୁଝର-୬୫, ଭଦ୍ରକ ଓ ବଲାଙ୍ଗୀର-୬୪, ନବରଙ୍ଗପୁର-୬୨, କେନ୍ଦ୍ରାପଡା-୬୧, ଝାରସୁଗୁଡା-୫୬, ଷ୍ଟେଟ୍‌ପୁଲ-୫୧, କନ୍ଧମାଳ-୪୬, କଳାହାଣ୍ଡି-୪୫, ନୂଆପଡା-୪୩, ମାଲକାନଗିରି-୩୮, ସମ୍ବଲପୁର-୩୭, ଢେଙ୍କାନାଳ-୩୫, ସୁବର୍ଣ୍ଣପୁର-୩୦, କୋରାପୁଟ-୨୯, ଗଞ୍ଜାମ-୨୭ , ରାୟଗଡା-୨୫, ନୟାଗଡ-୨୩,ଗଜପତି ଓ ଦେବଗଡରୁ ୯ ଲେଖାଏଁ ଏବଂ ବୌଦ୍ଧରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here