ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ । ରାୟଗଡା ସହରର ଫାୟାରଷ୍ଟେସନ ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ ଘଟି ବହୁ ଆସବାପତ୍ର ନଷ୍ଟ ହୋଇଯାଇଛି ।  ସକାଳ ୫ଟାରେ ଦୋକାନ ଖୋଲାଥିବା ବେଳେ ଗ୍ୟାସ୍ ଷ୍ଟୋଭ୍ ରୁ  ହଠାତ୍ ନିଆଁ ଲାଗିଯାଇଥିଲା । କିଛି ସମୟ ଭିତରେ ନିଆଁ ଚାରିଆଡେ ବ୍ୟାପି ଯିବା ସହ କାଠ ଓ ଟିଣରେ ନିର୍ମିତ ଦେକାନରେ ନିଆଁ ଲାଗି ଯାଇଥିଲା । ତେବେ ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା  ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here