ଦିନ ଦ୍ୱିପହରରେ ବ୍ୟବସାୟଙ୍କ ଠାରୁ ୩ ଲକ୍ଷ ଟଙ୍କା  ଲୁଟ୍ । ରାୟଗଡା ସହରରେ  ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ଲୁଟିଛନ୍ତି ଲୁଟେରା । ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁର  ଜି.ମହେଶ୍ୱର ରାଓ ।  ଆଜି ମଧ୍ୟାହ୍ନରେ ବ୍ୟବସାୟୀ ଜଣଙ୍କ ଆନ୍ଧ୍ରା ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ରାୟଗଡା ସହରରେ ଥିବା ଏଚଡିଏଫସି  ବ୍ୟାଙ୍କକୁ ଆସିଥିଲେ । ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ତାଙ୍କଠାରୁ ଟଙ୍କା ଝାମ୍ପିନେଇ ଛୁ ହୋଇଯାଇଥିଲେ । ଏନେଇ ବ୍ୟବସାୟୀ ମହେଶ୍ୱର ରାଓ ରାୟଗଡା ଟାଉନ୍ ଥାନାରେ ଏତଲା ଦେବାପରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି  ତନାଘନା ଆରମ୍ଭ କରିଛି ।  ବ୍ୟାଙ୍କ ବାହାରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ତନତନ କରି ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here