ପାଣି  ପାଇଁ  ବ୍ଲକ ଘେରାଉ କଲେ ଶତାଧିକ ମହିଳା । ମାଲକାନଗିରି ଜିଲ୍ଲାର  ଖଇରପୁଟ ସଦର ପଞ୍ଚାୟତର ଉପରପୁଟ ଝରିଆଗୁଡା ଗାଁର  ଶତାଧିକ ମହିଳା ବୁଧବାର ସକାଳୁ ଖଇରପୁଟ ବ୍ଲକ ଘେରାଉ  କରିବା ସହିତ କାର୍ଯ୍ୟାଳୟ ତାଲା ପକାଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ମହିଳା ମାନଙ୍କର ଦାବି, ଦୀର୍ଘ ଦିିନ ହେବ ଆମେମାନେ ପାଣି ପାଇବାରୁ ବଞ୍ଚିତ । ପାଣି ବୁନ୍ଦାଏ ପାଇଁ ଆମକୁ ଝରଣା ପାଖକୁ ଯିବାକୁ ପଡୁଛି । ଝରଣା ପାଣି ପିଇ ଅନେକ ରୋଗର ଶିକାର ଆମେ ହେଉଛୁ । ବ୍ଲକ କାର୍ଯ୍ୟାଳୟ ଠାରୁ ଏହି ଗାଁ ମାତ୍ର ଦୁଇ କିଲୋମିଟୋର ହୋଇଥିଲେ ମଧ୍ୟ ଆମେ ପାନୀୟ ଜଳରୁ ବଞ୍ଚିତ ବୋଲି ଶତାଧିକ ମହିଳା ମାନେ ଅଭିଯୋଗ କରିଥିଲେ । ଦୀର୍ଘ ସମୟ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇ ନାରାବାଜି ଦେବାପରେ ଖଇରପୁଟ ବିଡିଓ ବିଶ୍ୱଜିତ ବର୍ମାନ  ଘଟଣା ସ୍ଥଳରେ ପହଁଞ୍ଚିଥିଲେ । ମହିଳା ମାନେ ଏକ ଲିଖିତ  ଅଭିଯୋଗ ବିଡିଓଙ୍କ ହସ୍ତଗତ କରାଇଥିଲେ ।  ବିଡିଓଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଥିଲେ ମହିଳାମାନେ ।

LEAVE A REPLY

Please enter your comment!
Please enter your name here