ଆସନ୍ତା ୨୬ ତାରିଖ ରବିବାର ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମେ ୨୬ ସକାଳେ ସମସ୍ତ ନବ ନିର୍ବାଚିତ ସାଂସଦ ଓ ବିଧାୟକ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇବେ। ମଧ୍ୟାହ୍ନରେ ଦଳୀୟ କାର୍ଯ୍ୟାଳୟରେ ବିଜେଡିର ବିଧାୟକ ଦଳର ବୈଠକ ବସିବ। ଏହି ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଭାବେ ବିଧାୟକ ଦଳର ନେତା ଭାବେ ମନୋନୀତ କରାଯିବ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ଏହାପରେ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ସମସ୍ତ ନବନିର୍ବାଚିତ ବିଜେଡି ବିଧାୟକ ଓ ସାଂସଦ ରବିବାର ସକାଳେ ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଶୁଭେଚ୍ଛା ଜଣାଇବେ। ଏହା ପରେ ଅପରାହ୍ନରେ ବିଜେଡି ରାଜ୍ୟ ମୁଖ୍ୟାଳୟରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସିବ। ବୈଠକରେ ନବୀନଙ୍କୁ ଦଳର ନେତା ଚୟନ କରାଯିବ ବୋଲି ସସ୍ମିତ କହିଛନ୍ତି। ସୋମବାର ରାଜଭବନର ଅଭିଷେକ ହଲରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ। ସମାରୋହରେ ନବୀନଙ୍କ ସହିତ ନୂତନ ମନ୍ତ୍ରିମଣ୍ଡଳ ଶପଥ ନେବେ ବୋଲି ଜଣା ପଡିଛି।

LEAVE A REPLY

Please enter your comment!
Please enter your name here