ଗତ ଦୁଇଦିନ ହେବ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେବାରେ ଲାଗିଛି । ମଙ୍ଗଳବାରଦିନ ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୩.୬୯ ଫୁଟରେ ରହିଥିବା ବେଳେ ଜଳଭଣ୍ଡାର ମଧ୍ୟକୁ ୮୧,୮୯୯ କ୍ୟୁସେକ ଜଳ ପ୍ରବେଶ କରିବା ସହ ୨୯,୭୪୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ବିଭିନ୍ନ ନଦୀର ଜଳସ୍ତର ବଢିବା ସହ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଅଞ୍ଚଳବାସୀ । କୁଶଭଦ୍ରା, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା ଓ ଜଳକା ନଦୀର ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗୁଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମେ ବଳବତ୍ତର ହେବାରୁ ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here