ପେଟ ପାଇଁ ଡହଳ ବିକଳରେ ଜୀବନ । ରୋଜଗାରର ସବୁ ରାସ୍ତା ବନ୍ଦ ହୋଇଯାଇଥିବାବେଳେ ଏବେ ବାହାରକୁ ରୋଜଗାର ଆଶା ନେଇ ଯାଉଛନ୍ତି ଶ୍ରମିକ । ଦାଦନ ଖଟିଲେ ପରିବାରକୁ ଦିଓଳି ଖାଇବା ମିଳିପାରିବ । ସେଇ ଆଶା ନେଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ତେବେ ଆଜି ଆନ୍ଧ୍ରକୁ ଦାଦନ ଚାଲାଣ ସମୟରେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ରାୟଗଡା ରେଳ ଷ୍ଟେସନରୁ ୨୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ୨୦ ଜଣଙ୍କ ଭିତରେ ୪ଜଣ ନାବାଳିକା,୧୨ ଜଣ ମହିଳା ଏବଂ ୪ଜଣ ପୁରୁଷ ଅଛନ୍ତି ।  ଆନ୍ଧ୍ରରେ ଏକ ସୁତା କଳକୁ ସେମାନଙ୍କୁ ଚାଲାଣ କରାଯାଉଥିଲା । କୌଣସି ସୁତ୍ରରୁ ଖବର ପାଇ କିଛି ସ୍ୱେଚ୍ଛାସେବୀ ସେମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଦାଦନ ଶ୍ରମିକ କୋରାପୁଟ ଜିଲ୍ଲାର ପଞ୍ଚଡା ଗ୍ରାମର ବୋଲି ଜଣାପଡିଛି । ୨୦ ଜଣଙ୍କ ଭିତରୁ ୨ଜଣ ଦଲାଲଙ୍କୁ ରାୟଗଡା ଜିଆରପି ପୋଲିସ ଅଟକ ରଖିଛି । ଜିଲ୍ଲା ଶ୍ରମ ବିଭାଗ ସହ ଯୋଗାଯୋଗ କରି ସମସ୍ତ ଦାଦନ ଶ୍ରମିକଙ୍କୁ ତାଙ୍କ ଗାଁକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here