ଆସନ୍ତା ଜୁନ୍ ୬ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି FIH ସିରିଜ୍ ର ଫାଇନାଲ ମ୍ୟାଚ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସିରିଜରେ ଭାଗ ନେଇଥିବା ଆଠଟି ଦଳର ଅଧିନାୟକ ଯୋଗ ଦେଇଥିଲେ । ସିରିଜକୁ ନେଇ ସେମାନେ କେତେ ଉତ୍ସାହିତ ଅଛନ୍ତି ଏବଂ କଣ ରହିବ ତାଙ୍କର ରଣନୀତି ସେ ବିଷୟରେ ଆଲୋଚନା କରିଥିଲେ । ଏହି ସିରିଜ ଅଲମ୍ପିକ୍ ଯୋଗ୍ୟତା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସମସ୍ତ ଟିମ୍ ଭଲ ଖେଳ ପ୍ରଦର୍ଶନ କରି ବିଜୟ ପାଇଁ ଆଶା ରଖିଛନ୍ତି । ସାମୁଦ୍ରିକ ଝଡ ଫନି ପରେ ବି ଭୁବନେଶ୍ୱର ଏଭଳି ଏକ ବିଶ୍ୱସ୍ତରୀୟ ମ୍ୟାଚ୍ ଆୟୋଜନ କରୁଥିବାରୁ ସମସ୍ତ ଟିମ୍ ଏହାକୁ ଭୁୟସି ପ୍ରଶଂସା କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜୁନ ୬ ରୁ ୧୫ ଯାଏଁ ଚାଲିବାକୁ ଥିବା ଏହି ସିରିଜର ଟିକେଟରୁ ଯାହା ଅର୍ଥ ଆଦାୟ ହେବ ତାହା ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦିଆଯିବ ବୋଲି ହକି ଇଣ୍ଡିଆ ଘୋଷଣା କରିଛି ।

LEAVE A REPLY

Please enter your comment!
Please enter your name here