ସାମୁଦ୍ରିକ ଝଡ ଫନିର ପ୍ରଭାବରେ ଏବେବି ବିପନ୍ନ ପରିବାର ସ୍ୱାଭାବିକ ଅବସ୍ଥାରେ ଫେରି ପାରି ନାହାଁନ୍ତି । ନିମାପଡା ବ୍ଲକର ସାଇଁସ ଗ୍ରାମପଞ୍ଚାୟତର ଦକ୍ଷିଣ ରାଢସ ଗାଁର ୭୦ଟି ପରିବାରର ଘର ବାତ୍ୟାରେ ମାଟିରେ ମିଶିଯାଇଥିଲା । ଏହି ଗାଁର ଅଧିକାଂଶ ଲୋକ ଦିନ ମଜୁରିଆ ଶ୍ରେଣୀର ହୋଇଥିବାବେଳେ ଚାଳ ଛପର ଘର କରି ରହୁଥିଲେ । ବାତ୍ୟା ପରେ ସରକାର ବିପନ୍ନ ପରିବାରକୁ ଦୁଇ ହଜାର ଟଙ୍କା, ୫୦ କେଜି ଲେଖାଏଁ ଚାଉଳ ଓ ଖଣ୍ଡିଏ ପଲିଥିନ ଯୋଗାଇ ଦେଇଥିଲେ । ତେବେ ଖୋଲା ଆକାଶ ତଳେ ପଲିଥିନ ଟାଣି ରହୁଥିବା ଏହି ବିପନ୍ନ ପରିବାରଙ୍କୁ ସହାୟତାର ହାତ ବଢାଇଛି ଓଏନଜିସି(ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ) । ଓଏନଜିସି ପକ୍ଷରୁ ବାତ୍ୟା ବିପନ୍ନ ପରିବାରକୁ ଟାର୍ପୋଲିନ୍ , ସୋଲାର ଲାଇଟ୍, ମଶାରି ଓ ଡ୍ରାଏ ଫୁଡ୍ ଯୋଗାଇ ଦିଆଯିବା ସହ ୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here