କଟକ ଜୋବ୍ରା ଥାନା ପଛପଟେ ଛୁରା ମାଡ । ଛୁରାମାଡରେ ମାଟିଆ ମଙ୍ଗୁଆ ସାହିର ଅପରାଧି ତପନ ନାଏକର ମୃତୁ୍ୟ ହୋଇଛି । ଜୋବ୍ରା ବ୍ୟାରେଜରେ ମାଛମରାକୁ ନେଇ ଶତ୍ରୁତାରୁ ତାକୁ ଛୁରାମାଡ ହୋଇଥିବାନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତପନ ନାଁରେ ଥାନାରେ ଆଗରୁ ଅନେକ ଅପରାଧିକ ମାମଲା ଥିଲା । ଗତ କିଛି ଦିନ ତଳେ ଜାମିନରେ ଫେରିଥିଲା ତପନ । ତେବେ ଜୋବ୍ରା ବ୍ୟାରେଜ ଉପରେ ମାଛମରାକୁ କେନ୍ଦ୍ର କରି କିଛି ଦିନ ପୂର୍ବରୁ ଗଣ୍ଡଗୋଳ ହୋଇଥିଲ । ଏହାକୁ ନେଇ ଗତ ରାତିରେ ଦୁଇ ଯୁବକ ତପନର ଘରେ ପଶି ଛୁରାମାଡ କରି ଫେରାର ହୋଇଯାଇଥିଲେ । ଛୁରାମାଡ଼ରେ ତପନଙ୍କ ଶରୀରର ୫ଟି ସ୍ଥାନରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାକୁ ବଡ ମେଡିକାଲକୁ ନେଇଥିଲେ । ସେଠାରେ ତାର ମୃତୁ୍ୟ ହୋଇଛି । ମାଲଗୋଦାମ ପୁଲିସ୍ ଘଟଣାର ତଦନ୍ତ କରୁଛି।