ସାମୁଦ୍ରିକ ବାୟୁକୁ ନେଇ ବଡ ଆଶ୍ୱସ୍ତି । ସ୍ଥଳଭାଗ ଛୁଇଁ ନପାରେ ଝଡ ବାୟୁ । ଗୁଜରାଟ ଉପକୂଳ ପୂର୍ବରୁ ଉତ୍ତର-ଉତ୍ତର ପଶ୍ଚିମ ଦିଗ ମୁହାଁ ହୋଇଛି ବାୟୁ । ଫଳରେ ଏହା ସ୍ୱରାଷ୍ଟ୍ର ଉପକୂଳ ଦେଇ ପାକିସ୍ତାନ ଅଭିମୁଖେ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବେରାବଲ ଠାରୁ ୧୫୦ କିଲୋମିଟର ଦୂରରେ ଦିଗ ପରିବର୍ତ୍ତନ କରିଛି ଏବଂ ଏହା ସୌରାଷ୍ଟ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଦିଗକୁ ଯିବାର ସମ୍ଭାବନା ରହିଛି । ମାତ୍ର ଏହାର ପ୍ରଭାବରେ ଗୁଜୁରାଟରେ ଅତି ପ୍ରବଳ ବର୍ଷା ସହିତ ବହୁତ ଜୋର୍‌ରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ରାଜ୍ୟ ସରକାର ହାଇହାଲର୍ଟ ଜାରି କରିଛନ୍ତି । ସମ୍ଭାବିତ ବାତ୍ୟା ଅଂଚଳରେ ସରକାର ୫୨ଟି ଏନଡିଆରଏଫ ଟିମ ମୁତୟନ କରିଛନ୍ତି । ବାୟୁ ମୁକାବିଲା ଲାଗି ୯ ଏସ୍‌ଡିଆର୍‌ଏଫ୍‌, ୧୪ ଏସ୍‌ଆର୍‌ପି କମ୍ପାନି ଓ ୩୦୦ ମେରାଇନ କମାଣ୍ଡୋ ମୁତୟନ ଅଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛି ୯ଟି ହେଲିକପ୍ଟର । ପ୍ରାୟ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବାତ୍ୟା ଆସିବା ପୂର୍ବରୁ ୮୨ଟି ଟ୍ରେନ ବାତିଲ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ଉପରେ ନଜର ରଖିବାକୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବିତ ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ୧୩ ଓ ୧୪ ତାରିଖରେ ସ୍କୁଲ-କଲେଜ ବନ୍ଦ ରଖିବା ପାଇଁ ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here