ଆଧୁନିକତାର ଛାପ ଏମାନଙ୍କ ପାଇଁ ଦୁର୍ବିସହ ହୋଇପଡିଲାଣି. ପୁରୁଷ ପୁରୁଷ ଧରି ଯାହାକୁ ଜୀବିକା କରି ଚଳି ଆସୁଥିଲେ, ଏବେ ତାକୁ ଜୀବିକା କରି ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡିଲାଣି . ଏମାନେ ହେଉଛନ୍ତି କୋରାପୁଟ ଜିଲ୍ଲାର ଝଡିଗୁଡା ଗ୍ରାମ ପଞ୍ଚାୟତରେ ଆଦିବାସୀ ସଂପ୍ରଦାୟ. ପ୍ରାୟ 45ଟି ଆଦିବାସୀ ସଂପ୍ରଦାୟର ଲୋକେ ମାଟି ପାତ୍ରର ବହୁଳ ବ୍ୟବହାର କରୁଥିଲେ. ମାଟିପାତ୍ର ଗଢି ହାଟ ବଜାରରେ ବିକି ଯାହା ରୋଜଗାର କରୁଥିଲେ, ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ. ବଂଶାନୁକ୍ରମେ ସେମାନଙ୍କ ପରିବାର ଏହାକୁ ଜୀବିକା କରି ଚଳି ଆସୁଥିଲେ.
ମାତ୍ର ସମୟ ଏମାନଙ୍କ ଜୀବିକାକୁ ବଦଳାଇ ଦେଇଛି. ଆଧୁନିକତାର ଛାପରେ ଲୋକେ ମାଟି ପାତ୍ର ବ୍ୟବହାର କରିବା କମାଇ ଦେଲେଣି. ଫଳରେ ମାଟିପାତ୍ର ତିଆରି କରି ଚଳି ଆସୁଥିବା କୁମ୍ଭାର ପରିବାର ଏବେ ଜୀବିକା ଚିନ୍ତାରେ. ଅନେକ କୁମ୍ଭାର ପରିବାର ଏହି କୌଳିକ ବୃତ୍ତି ଛାଡି ଅନ୍ୟ ରୋଜଗାର ପନ୍ଥା ଖୋଜିବାରେ ଲାଗିଲେଣି. ମାଟିପାତ୍ର ତିଆରି କରି ବଜାରରେ ବିକିଲେ ବି ପରିଶ୍ରମ ତୁଳନାରେ ସେତିକି ଲାଭ ମିଳୁନି .
ଏମିତି ସମୟ ଆସିବ, ଆଉ କିଛି ଦିନ ପରେ ମାଟିପାତ୍ରର ବ୍ୟବହାର ସଂପୂର୍ଣ୍ମ ବନ୍ଦ ହୋଇଯିବ. କୁମ୍ଭାର ଆଉ ମାଟିପାତ୍ର ତିଆରି କରିବେନି. ଭବିଷ୍ୟତ ପୀଢି କେବଳ ବହି ଚିତ୍ରରୁ ଜାଣିବେ, ଆଗକାଳରେ ଲୋକେ ମାଟିପାତ୍ର ବ୍ୟବହାର କରୁଥିଲେ.
ବୋରିଗୁମ୍ମାରୁ ଦୟାନିଧି ପଟ୍ଟନାୟକ, ତକ୍ଷକ ନ୍ୟୁଜ