ରାଜ୍ୟରେ ଏବେ କରୋନା ଦ୍ରୁତ ବେଗରେ ମାଡିଚାଲିଛି । ପଜିଟିଭ୍ ୧୦ ହଜାର ଉପରେ ଥିବାବେଳେ ଚିନ୍ତା ବଢାଉଛି ଖୋର୍ଦ୍ଧା ଜିଲ୍ଲା । ସବୁଦିନ ଖୋର୍ଦ୍ଧାରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୧୭୧୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱର ସହରରୁ ୧୩୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩୫୩ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧୮ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୧୧୩୫ ରହିଛି । ସର୍ବାଧିକ ପଟିଆରୁ ୧୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ-୭୮, ଓଲ୍ଡଟାଉନରୁ ୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖଣ୍ଡଗିରି , ଡୁମଡୁମା, ଲକ୍ଷ୍ମୀସାଗରରୁ ୪୫ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସୁସ୍ଥ ହୋଇଛନ୍ତି ୯୩୮ । ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧, ୬୩୪ ।

LEAVE A REPLY

Please enter your comment!
Please enter your name here