ରାୟଗଡା ଜିଲ୍ଲାରେ ଅପରାଧୀଙ୍କ କାଣ୍ଡ କାରନାମା ବଢ଼ିବାରେ ଲାଗିଥିବା ବେଳେ ଆଇନ ବ୍ୟବସ୍ଥା ପୁରାପୁରି ଭୁଷୁୁଡି ପଡିଛି । ତେବେ ଏହାକୁ ଦୃଷ୍ଟିରେ ରଖି କସ୍ତୁରୀ ନଗର ବାସୀଙ୍କ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଓଡିଶା ପୋଲିସ ମହା ନିର୍ଦ୍ଦେଶକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଚଳିତ ମାସ ୧୫ ତାରିଖରେ କସ୍ତୁରି ନଗରରେ ଜଣେ ଯୁକ୍ତ୨ ପଢ଼ୁଥିବା ଛାତ୍ର ଏ.ମ ସୁରେଶଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ପର୍ଦ୍ଦଫାଶ କରି ଯଥାଶୀଘ୍ର ହତ୍ୟାକରିକୁ କଠିନରୁ ଅତି କଠିନ ଦଣ୍ଡ ଦେବା ପାଇଁ ଅନୁରୋଧ କରିବା ସହ ୭ ଦଫା ଦାବିନେଇ ଦାବିପତ୍ର ଜିଲ୍ଲା ଆରକ୍ଷୀ ଅଧିକାରି ଡଃ.ଶ୍ରବଣ ବିବେକ ଏମ ଙ୍କୁ ପ୍ରଦାନ କରାଯାଇଛି । ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here