ଆସନ୍ତାକଲି ଦୀପାବଳି । ହେଲେ ସବୁ ବର୍ଷ ପରି ଚଳିତ ବର୍ଷରେ ଖୁସି ନାହିଁ କି ଆନନ୍ଦ ନାହିଁ । ନାଁ ଫୁଟିବ ବାଣ ନା ଏକତ୍ରୀତ ହୋଇ ସାଙ୍ଗ ମାନଙ୍କ ସହ ହସ ଖୁସି ହୋଇପାରିବେ । ସବୁ ଖୁସିକୁ ଛଡାଇନେଇଛି କରୋନା । ଅନ୍ୟପଟେ ଆଲୋକର ପର୍ବ ଦୀପାବଳି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ଭୁବନେଶ୍ୱରରେ ଜଗିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ସବୁ ଥାନା ଗୁଡିକୁ ଜନଗହଳି ସ୍ଥାନ ଗୁଡିକରେ ତୀକ୍ଷ୍ନ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୀପାବଳୀରେ ବାଣ ବିକ୍ରୀ ଓ ଫୁଟାଇବା ଉପରେ କଟକଣା ରହିଛି । ତେଣୁ ସରକାରଙ୍କ ନିୟମକୁ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଭୁବନେଶ୍ୱର ଡିସିପି । ଯଦି କେହି କୋଭିଡ ନିୟମ ଭାଙ୍ଗି ବାଣ ଫୁଟାଉଛନ୍ତି ଅଥବା ବିକ୍ରୀ କରୁଛନ୍ତି । ତେବେ ୧୦୦କୁ ଫୋନ କରି ଜଣାଇବାକୁ ରାଜଧାନୀବାସିଙ୍କୁ ଅନୁରୋଧ କରିଛନ୍ତି ଡିସିପି । ଯେଉଁମାନେ ନିୟମକୁ ଅବମାନନା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଧନତେରାସ ପାଇଁ ସବୁଠି ପୋଲିସ ମୁତୟନ ଅଛନ୍ତି । ଜନଗହଳି ସ୍ଥାନରେ ପୋଲିସ ନଜର ରଖିବା ସହ ପାଟ୍ରୋଲିଂଙ୍କୁ ମଧ୍ୟ କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here