୨୦୦୫ ଅଯୋଧ୍ୟାର ରାମ ଜନ୍ମଭୂମୀ ପରିସରରେ ଘଟିଥିବା ଆତଙ୍କବାଦୀ ହମଲାର ରାୟ ପ୍ରକାଶ ପାଇଛି । ମଙ୍ଗଳବାର ପ୍ରୟାଗରାଜର ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣିକରି ୫ ଜଣ ଦୋଷୀଙ୍କ ମଧ୍ୟରୁ ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ୪୦ ହଜାର ଟଙ୍କା ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଜଣଙ୍କୁ ନିର୍ଦ୍ଧୋଷରେ ଖଲାସ କରିଛନ୍ତି । ଶୁଣାଣି ସମୟରେ ୬୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ପ୍ରୟାଗରାଜ ସ୍ୱତନ୍ତ୍ର କୋର୍ଟ । ଏଠାରେ ସୂଚନାଯୋଗ୍ୟ ଯେ ୨୦୦୫ ମସିହା ଜୁଲାଇ ୫ ତାରିଖରେ ଅଯୋଧ୍ୟାର ରାମ ଜନ୍ମଭୁମୀ ପରିସରରେ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଧରି ଆତଙ୍କବାଦୀମାନେ ଆଖି ବୁଜା ଗୁଳିଚାଳନା ଏବଂ ବୋମା ବିସ୍ଫୋରଣ କରିଥିଲେ । ଏଥିରେ ଜଣେ ଟୁରିଷ୍ଟି ଗାଇଡଙ୍କ ସହ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ରାମ ଜନ୍ମଭୁମୀ ପରିସରରେ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀମାନେ ଆହାତ ହୋଇଥିଲେ । ଭାରତୀୟ ଜବାନଙ୍କ କାର୍ଯ୍ୟାନୁଷ୍ଠାନରେ ୫ ଜଣ ଆତଙ୍କୀ ଘଟଣା ସ୍ଥଳରେ ନିପାତ ହେବା ସହ ଜୁଲାଇ ୨୮ ତାରିଖରେ ଆଉ ୫ ଜଣ ଅଭିଯୁକ୍ତ ଧରା ପଡିଥିଲେ । ଆତଙ୍କୀ ସଂଗଠନ ଲସ୍କର –ଇ- ତୋଇବା ଏହି ହମଲା ଘଟାଇଥିଲା ।

LEAVE A REPLY

Please enter your comment!
Please enter your name here