ମିସ୍ ଇଣ୍ଡିଆ ଟାଇଟେଲ୍ ଜିତିଛନ୍ତି ସୁମନ ରାଓ । ସୁମନ ରାଜସ୍ଥାନ ଅନ୍ତର୍ଗତ ଉଦୟପୁରର ଝିଅ । କିଛି ବର୍ଷ ହେବ ସୁମନ ମୁମ୍ବାଇରେ ରହୁଥିଲେ । ମୁମ୍ବାଇରୁ ହାଇସ୍କୁଲ ପାସ୍ ଆଉଟ୍ ହେବା ପରେ ସୁମନ ନୂଆ ଦିଲ୍ଲୀରେ ବାଣିଜ୍ୟରେ ସ୍ନାତକ ପଢ଼ୁଥିଲେ । ଏହାସହ ଚାଟାର୍ଡ୍ ଆକାଉଣ୍ଟାନ୍ସି କୋର୍ସ କରୁଥିବା ବେଳେ ସୁମନ୨୦ ବର୍ଷ ବୟସରେ ଭାରତର ସୁନ୍ଦରି ପ୍ରତିଯୋଗିତାରେ ବିଜୟ ଲାଭ କରିଛନ୍ତି । ତେବେ କିଛି ବର୍ଷ ପୂବେ ସେ ମଡେଲିଙ୍ଗକୁ ନିଜର ପେସା ବନେଇ ଦେଇଥିଲେ । ଏବଂ ତାଙ୍କର ମଡେଲିଙ୍ଗ କ୍ୟାରିଅର ସଂଘର୍ଷପୂର୍ଣ୍ଣ ରହିଥିଲା । ଏହା ପରେ ବି ସୁମନ ବିଜୟ ହାସଲ କରିପାରିଛନ୍ତି ।

LEAVE A REPLY

Please enter your comment!
Please enter your name here