ବିଜେପିରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗଦେଲେ ଅଶ୍ୱିନୀ । ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ସମର୍ଥନ ଜଣାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଯାହା ରାଜ୍ୟ ରାଜନିତୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସଂଖ୍ୟାଦୃଷ୍ଟିରୁ ଦେଖିଲେ ବିଜେଡିର ରାଜ୍ୟସଭା ପ୍ରାର୍ଥି ଜିତିବା ସୁନିଶ୍ଚିତ ଥିବାବେଳେ ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବା ଏବଂ ବିଜୁ ଜନତା ଦଳ ସମର୍ଥନ କରିବ । ଆଶ୍ଚର୍ଯ୍ୟ ଲାଗୁଥିଲା କିନ୍ତୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ନବୀନ ଏହି ପଦକ୍ଷେପ ନେଇଥିବା କହିଛନ୍ତି ।
ସୁଚନାଅନୁସାରେ, ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରି ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ଓ ନିଜକୁ ଜଣେ ଦକ୍ଷ ପ୍ରଶାସକ ଭାବେ ପ୍ରମାଣିତ କରିଥିଲେ । ରାଜ୍ୟସଭା ପ୍ରାର୍ଥୀ ହେବାପରେ ଓଡିଶାର ପ୍ରଗତି ଓ ବିକାଶ ପାଇଁ ମୋ ଦ୍ୱାରା ଯାହା ସମ୍ଭବ ପର ତାହା ମୁ ନିଶ୍ଚୟ କରିବି ବୋଲି ବିଜେପିରେ ସାମିଲ ହେବା ପରେ ଅଶ୍ୱିନୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here