କେନ୍ଦୁଝର ଜିଲ୍ଲା ଯୋଡା ସହରରେ ଲଜ୍ଜା । ଜଣେ ନାବାଳିକାକୁ ବଳାତ୍କାର । ଯୋଡା ଲକ୍ଷ୍ମୀ ପଡିଆଠାରେ ସୋମବାର ରାତିରେ ନାବାଳିକା ଜଣକ ପ୍ରେମିକଙ୍କ ସହ ବସି ଗପୁଥିବାବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସେମାନଙ୍କୁ କାବୁ କରି ନେଇଥିଲେ । ତେବେ ପ୍ରେମିକ ଜଣଙ୍କ ତାଙ୍କ ମାମୁଙ୍କୁ ଡାକିବା ପାଇଁ ଯାଇଥିବା ବେଳେ ସଂପୃକ୍ତ ଯୁବକମାନେ ନାବାଳିକାକୁ ବଳାତ୍କାର କରିଥିଲେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫକରି ପଚରାଉଚରା କରୁଛି । ପୋଲିସର କହିବା ଅନୁଯାୟା ଏହି ଘଟଣା ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇ ନାହଁ । ନାବାଳିକାଙ୍କ ଶାରିରୀକ ତଥା ମାନସିକ ସ୍ଥିତି ଭଲ ନଥିବାରୁ ସେ ଏହି ଘଟଣା ବିଷୟରେ କୌଣସି ସ୍ପଷ୍ଟ ପ୍ରତିକ୍ରୟା ଦେଇପାରି ନାହାଁନ୍ତି । ତେବେ ଗତ ଗୁରୁବାରଠାରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ମଙ୍ଗଳବାର ପ୍ରାୟ ସାଢ଼େ ସାତଟା ବେଳେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଓ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ଏହି ଖବର ପାଇଥିଲେ ।

LEAVE A REPLY

Please enter your comment!
Please enter your name here