ବିହାର ମୁଜାଫୁରପୁର ଶ୍ରୀକୃଷ୍ଣ ମେଡିକାଲ ଏବେ ଚର୍ଚ୍ଚାରେ । ବିହାରରେ ଆତଙ୍କ ଖେଳାଇଥିବା ମତିଷ୍କ ଜ୍ୱରରେ ଏହି ମେଡିକାଲରେ ଶତାଧିକ ଶିଶୁ ପ୍ରାଣ ହରାଇଥିଲେ । ଆଉ ବର୍ତ୍ତମାନ ସେହି ମେଡିକାଲ ପଛପଟୁ ଖୋଲା ସ୍ଥାନରୁ ମଣିଷର ଖପୁରୀ , ହାଡ ଓ ଅନ୍ୟାନ୍ୟ ଅଶଂ ମିଳିଛି । ମେଡିକାଲର ସୁପରଣ୍ଡେଟ୍ ଏସ୍କେ ଶାହି କହିଛନ୍ତି, ଏହା ଶବ ବ୍ୟବଛେଦ ବିଭାଗର କାମ ହୋଇପାରେ କିନ୍ତୁ ଏହା ଏକ ସମ୍ବେଦନଶୀଳ ଘଟଣା । କାରଣ ମଣିଷର ଅସ୍ତି ଏଣେ ତେଣେ ଫୋପାଡିବା ଭୁଲ । ଏହି ଶବ ବ୍ୟବଛେଦ ବିଭାଗଟି ମେଡିକାଲର ପ୍ରିନ୍ସିପାଲଙ୍କ ଅଧୀନରେ ରହିଛ । ଏଣୁ ତାଙ୍କୁ ଜଣାଇ ଏହାର ତଦନ୍ତ କରିବାକୁ କହିବି ବୋଲି ସେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀକୃଷ୍ଣ ମେଡିକାଲ କଲେଜ ଏବଂ ହସ୍ପିଟାଲ ରେ ଉପଯୁକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଶିଶୁ ମାନଙ୍କୁ ସଠିକ ଚିକିସôା ନମିଳିବାରୁୂ ଏନସେଫାଲାଇଟିସ୍ରେ ଶତାଧିକ ଶିଶୁଙ୍କ ମୃତୁ୍ୟ ହେଉଛି ବୋଲି ଅଭିଯୋଗ ହେଉଛି । ବର୍ତମାନ ସେହି ମେଡିକାଲ ପରିସରରୁ ମଣିଷ କଙ୍କାଳ ମିଳିବା ବିବାଦ ଆହୁରୀ ବଢାଇଦେଇଛି । ସୋସିଆଲ ମିଡିଆରେ ନର କଙ୍କାଳ ଫଟୋ ଭାଇରାଲ ହେବାପରେ କେତେକ ବ୍ୟକ୍ତି ଗଣମାଧ୍ୟମ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ବିହାରର ଶିଶୁ ମୃତୁ୍ୟକୁ ଲଚେଇବା ପାଇଁ ଏହା ଏକ ସୁରଚିତ ନାଟକ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here