ଓଡିଶାର ବିଭିନ୍ନ ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଡିରେକ୍ଟୋରିମାନ ପ୍ରକାଶ କରିଆସୁଥିବା ଗଣମାଧ୍ୟମ ଅନୁଷ୍ଠାନ ବିଜ୍ଞାପନ ପକ୍ଷରୁ ଚଳିତ ବର୍ଷର ବିଜ୍ଞାପନ କ୍ୟାରିଅର ଗାଇଡ ୨୦୧୯ ପ୍ରକାଶିତ ହୋଇଛି । ଫନି ମହାବାତ୍ୟାର ତାଣ୍ଡବ ଦୃଷ୍ଟିରୁ ଚଳିତ ବର୍ଷର ଉନ୍ମୋଚନ କାର୍ଯ୍ୟକ୍ରମକୁ ନିରାଡମ୍ବର ଭାବେ ବିଜ୍ଞାପନ କାର୍ଯ୍ୟଳୟରେ ପାଳନ କରାଯାଇଥିଲା । ଏହି ଅବସରରେ ତକ୍ଷକ ଟିଭିର ଏଡିଟର-ଇନ୍- ଚିଫ୍ ଅପୂର୍ବ କୁମାର ମହାନ୍ତି, ବିଜ୍ଞାପନ ଗ୍ରୁପ୍ର ଡାଇରେକ୍ଟର କମଳାକାନ୍ତ ମହାନ୍ତି ଓ ମନୋଜ ପୃଷ୍ଟି, ପ୍ରକାଶିକା ରଶ୍ମିତା ମହାପାତ୍ର, ସମ୍ପାଦକ ଦିଲୀପ ମିଶ୍ର, ମାର୍କେଟିଂ ମ୍ୟାନେଜର ସର୍ବେଶ୍ୱର ରାଉତରାୟ, ଅନୁଷ୍ଠାନର କର୍ମ କର୍ତ୍ତା ଏବଂ ଶୁଭେଚ୍ଛୁମାନେ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶିତ ଏହି ଡିରେକ୍ଟୋରିରେ ରାଜ୍ୟର ସମସ୍ତ ବୈଷୟିକ ଓ ବୃର୍ତ୍ତିଗତ ଶିକ୍ଷା ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ପୂର୍ବର ଯୁକ୍ତଦୁଇ ମହାବିଦ୍ୟାଳୟ, ସିବିଏସଇ ଏବଂ ଆଇସିଏସଇ ଶିକ୍ଷା ପ୍ରଦାନ କରୁଥିବା ଘରୋଇ ବିଦ୍ୟାଳୟ, ଟୁ୍ୟଟୋରିଆଲ, ଟ୍ରେନିଙ୍ଗ ଓ ପ୍ଲେସମେଣ୍ଟ କନ୍ସଲଟାଣ୍ଟ ଇତ୍ୟାଦି ବିଷୟରେ ତଥ୍ୟ ରହିଛି । ସୂଚନା ଅନୁଯାୟୀ ଆମ ରାଜ୍ୟରେ ଶିକ୍ଷା,ସ୍ୱାସ୍ଥ୍ୟ, ଶିଳ୍ପ, ଆର୍ଥିକ ଓ ରାଜନୈତିକ କ୍ଷେତ୍ର ସଂମ୍ପର୍କିତ ବିଭିନ୍ନ ତଥ୍ୟକୁ ନେଇ ପ୍ରସଙ୍ଗ ଭିତ୍ତିକ ସ୍ୱତନ୍ତ୍ର ଡିରେକ୍ଟୋରିମାନ ପ୍ରକାଶ କରିଆସୁଥିବା ଏକମାତ୍ର ଅନୁଷ୍ଠାନ ହେଉଛି ବିଜ୍ଞାପନ ।
ବିଜ୍ଞାପନ ପକ୍ଷରୁ ପ୍ରକାଶ ପାଇ ଆସୁଛି ହେଲ୍ଥଲାଇନ,ଏ ମିରର ଅଫ୍ ଫାଇନାନସିଆଲ ଇନ୍ଷ୍ଟିଚୁ୍ୟସନ୍ସ ଆଣ୍ଡ୍ ବ୍ୟାଙ୍କ୍ସ ଇନ୍ ଓଡିଶ, ଫୁଡ୍ ଇଣ୍ଡଷ୍ଟ୍ରିଜ୍ ଇନ୍ ଓଡିଶ. ଫ୍ରାଗ୍ରାନ୍ୱ ଅଫ୍ ଓଡିଶା, ଆମ ସମୟର ଶିଳ୍ପ, ଓଡିଶା ରାଜନୀତି, ଅଟୋ ଗ୍ଲାମର ଏବଂ ବିଜ୍ଞାପନ କ୍ୟାରିୟର ଗାଇଡ୍ । ବିଜ୍ଞାପନର ଭୁବନେଶ୍ୱର ବରମୁଣ୍ଡା ସ୍ଥିତ କାର୍ଯ୍ୟାଳୟରେ କ୍ୟାରିଅର ଗାଇଡ ଉପଲବ୍ଧ ହେଉଛି ।

LEAVE A REPLY

Please enter your comment!
Please enter your name here