ତିନ୍ ତଲାକକୁ ନେଇ ଦେଶରେ ବିତର୍କ ଲାଗି ରହିଥିବା ବେଳେ ଏବେ ଏହା ଉପରେ ଏକ ସର୍ଟ ଫିଲ୍ମ ନିର୍ମାଣ ହୋଇଛି । ଏହାର ପ୍ରଯୋଜନା କରିଛନ୍ତି ନବାଜୁଦ୍ଦିନ ସିଦ୍ଦିକ. ସର୍ଟ ଫିଲ୍ମ ‘ମିଆଁ କଲ୍ ଆନା’ ମଧ୍ୟ ଖୁବ୍ ପପୁଲାର ହୋଇଛି । ୧୭ ମିନିଟ୍ ୨୦ସେକେଣ୍ଡ ଅବଧିର ଏହି ସର୍ଟ ଫିଲ୍ମକୁ ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି. ଏହା ଏବେ ୟୁ୍ଟ୍ୟୁବରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟରେ ତିନ୍ ତଲାକ୍ ବିଲ୍ କ୍ୟାବିନେଟରେ  ମଞ୍ଜୁରି ପାଇବା ପରେ ଶୁକ୍ରବାର ରାଜ୍ୟସଭାରେ ଉପସ୍ଥାପନ କରାଯିବାର ପ୍ରସ୍ତାବ ଥିଲା । ହେଲେ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧି କଂଗ୍ରେସ ଓ ଶାସକ ଭାଜପା ମଧ୍ୟରେ ରାଫେଲ ଡିଲ୍ ଉପରେ ବିତର୍କ ହେବାରୁ ତିନ୍ ତଲାକ ବିଲ୍ ଉପସ୍ଥାପନ ହୋଇପାରିନଥିଲା.

LEAVE A REPLY

Please enter your comment!
Please enter your name here