ଖିଲାଡି ଅକ୍ଷୟ କୁମାରଙ୍କ ଫାୟାର ଶୋ’. ଏହାଶୁଣି ଆପଣ ଭାବୁଥିବେ ଯେ, ଅକ୍ଷୟ କଣ ଫିଲ୍ମ ଛାଡି ଫାୟାର ଶୋ’ ଆରମ୍ଭ କଲେଣି କି ? ହେଲେ ପ୍ରକୃତରେ କଥା ହେଲା ଯେ, ଗତକାଲି ଆମାଜନ ୱେବ ସିରିଜର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଯେଉଁଥିରେ ଅକ୍ଷୟ ଏକ ଫାୟାର ଷ୍ଟଣ୍ଟ ଦେଇଥିଲେ. ଯାହାକୁ ଦେଖି ସମସ୍ତେ ଚକିତ ହୋଇ ରହିଯାଇଥିଲେ. ସୂଚନାଯୋଗ୍ୟ ଯେ, ଆବୁନ୍ଦଦାନ୍ତିଆ ଏଣ୍ଟରଟେନମେଣ୍ଟ ଦ୍ୱାରା ଗତକାଲି ଆମାଜନ ପ୍ରାଇମ ଭିଡିଓର ଘୋଷଣା କରାଯାଇଥିଲା. ଡିଜିଟାଲ ଦୁନିଆରେ ପ୍ରବେଶ ଅବସରରେ ଅକ୍ଷୟ କହିଛନ୍ତି ଯେ, ‘ମୋତେ ଡିଜିଟାଲ ଦୁନିଆ ବହୁଦ ଉତ୍ସାହିତ କରିଛି. ପ୍ରଥମଥର ପାଇଁ ଏହି ଶୋ’ ସହ ରହିଥିବାରୁ ମୋତେ ବହୁତ ଖୁସି ଲାଗୁଛି. ଆଜିର ଯୁବପିଢୀ ଡିଜିଟାଲ ସହ ରହିବା ଆରମ୍ଭ କଲେଣି.  ଏହି ମାଧ୍ୟମରେ ମୁଁ କିଛି ଅଲଗା କରିବାକୁ ଚାହୁଁଛି ବୋଲି କହିଥିଲେ ଅକ୍ଷୟ’.

LEAVE A REPLY

Please enter your comment!
Please enter your name here