ସ୍ମାର୍ଟସିଟି ଭୁବନେଶ୍ବର ଓ ରାସ୍ତାଘାଟ ଚକାଚକ ଓ ରାସ୍ତାକଡ କାନ୍ଥରେ ଚମକୁଛି ପାରଂପରିକ ଓ ଆଧୁନିକ ଚିତ୍ରକଳାର ଝଲକ ଓ. ରାସ୍ତା ଦୁଇପାର୍ଶ୍ବରେ ଭଳିକି ଭଳି ଗଛରେ ଶୋଭାପାଉଛି ରାଜଧାନୀ ଓ ରାତିର ଏଲଇଡି ଲାଇଟରେ ଝଲସୁଛି ସ୍ମାର୍ଟସିଟି ଓସମଗ୍ର ବିଶ୍ବର ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇସାରିଛି ଭୁବନେଶ୍ବର ଓ ମାତ୍ର ଆମେ ଆପଣଙ୍କୁ ଏମିତି ଜାଗା ଦେଖାଇବୁ ଯାହାକୁ ଦେଖିଲେ ଆପଣ ସ୍ମାର୍ଟସିଟି ବୋଲି କେବେ ବି ବିଶ୍ବାସ କରିପାରିବେନି ଓ
ଏହା କୌଣସି ଭୂତକୋଠୀ ନୁହେଁ ଓ ରାଜଧାନୀର ମୁଖ୍ୟ ବସଷ୍ଟାଣ୍ଡ ବରମୁଣ୍ଡା ପାଖରେ ପ୍ରାୟ ବାଇଶ ବର୍ଷ ତଳେ ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ମାର୍କେଟ କମ ଅଫିସ କଂପ୍ଲେକ୍ସ ଓ ନୂଆ ବସଷ୍ଟାଣ୍ଡ ଏବଂ ବସଷ୍ଟାଣ୍ଡ ପାଖରେ ବିଡିଏ ଲୋକଙ୍କ ପାଇଁ ଡୁପ୍ଲେକ୍ସ କଲୋନୀ ବନାଇବା ପରେ ଏମିତି ଏକ ମାର୍କେଟ କଂପ୍ଲେକ୍ସର ଆବଶ୍ୟକ ଥିଲା ଓ ଗ୍ରାଉଣ୍ଡ ଫ୍ଲୋରରେ ପ୍ରାୟ ଦେଢଶହ ଦୋକାନ ଘର ଏବଂ ଉପର ମହଲା ରହିଥିଲା ଅଫିସ ଗୃହ ପାଇଁ ଓ ମାତ୍ର କୋଡିଏ ବର୍ଷ ପରେ ଦେଖନ୍ତୁ ଏ ମାର୍କେଟ କଂପ୍ଲେକ୍ସର ଅବସ୍ଥା. ଓ
ମାର୍କେଟ କଂପ୍ଲେକ୍ସ ତିଆରି ହେବା ପରଠୁ ଅନେକ ଦୋକାନ ଘରର ସଟର ଖୋଲାଯାଇନି. ଚାରିଆଡେ ଆବର୍ଜନା. ଦୁର୍ଗନ୍ଧରେ ନାକ ଫାଟି ପଡୁଛି. ବୁଲା କୁକୁର ଓ ଗାଇଗୋରୁଙ୍କ ଆଶ୍ରୟସ୍ଥଳ ପାଲଟି ଯାଇଛି.
ସବୁଠୁ ବଡକଥା ହେଉଛି, ଭୁତକୋଠି ଭଳି ମନେ ହେଉଥିବା ଏହି ମାର୍କେଟ କଂପ୍ଲେକ୍ସ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି.. ସଂଧ୍ୟାହେଲେ ମଦୁଆ, ଗଞ୍ଜୋଡଙ୍କ ପାଇଁ ଧାଡି ଲାଗୁଛି. ନାନାଦି ଅସାମାଜିକ କାର୍ୟ୍ୟର ପେଣ୍ଠସ୍ଥଳ ପାଲଟିଛି.
ବିଡିଏ କର୍ତ୍ତୃପକ୍ଷ ଏହାକୁ ନିର୍ମାଣ କରି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନକୁ ବିକ୍ରି କରିଦେବା ପରେ ହାତବାନ୍ଧି ବସି ପଡିଛନ୍ତି. ମାତ୍ର ଯେଉଁମାନେ ଏହି କଂପ୍ଲେକ୍ସରେ ଦୋକାନ ଓ ଅଫିସ ଘର କିଣିଛନ୍ତି, ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି.

LEAVE A REPLY

Please enter your comment!
Please enter your name here