ମଧ୍ୟପ୍ରଦେଶର ଇନ୍ଦୋରରେ ନଗର ନିଗମର ଜଣେ ଅଧିକାରୀଙ୍କୁ ବ୍ୟାଟରେ ପିଟିବା ଭାଜପା ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ମହଙ୍ଗା ପଡିଛି। ମଧ୍ୟପ୍ରଦେଶ ପୋଲିସ ଏହି ମାମଲାରେ ବୁଧବାର ୧୦ ଜଣଙ୍କ ନାମରେ ମାମଲା ରୁଜୁ କରି ଆକାଶଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଜବରଦଖଲରେ ନିର୍ମିତ ଏକ ଘରକୁ ଭାଙ୍ଗିବା ପାଇଁ ନଗର ନିଗମ ଅଧିକାରୀ ଯାଇଥିବାବେଳେ ଭାଜପା ମହାସଚିବ କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ କ୍ରିକେଟ ବ୍ୟାଟରେଜଣେ ନିଗମ ଅଧିକାରୀଙ୍କୁ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆକାଶ ଇନ୍ଦୋର-୩ ବିଧାନସଭା ଆସନରୁ ବିଧାୟକ ଅଛନ୍ତି।

LEAVE A REPLY

Please enter your comment!
Please enter your name here