ମେଡିକାଲରେ ଟିକ୍ ଟକ୍ ଭିଡ଼ିଓ କରିବା ଘଟଣାରେ ୪ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବାକୁ ନିଦେ୍ର୍ଦଶ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଏହି ପଦକ୍ଷେପ ନିଆଯାଇଛି ଏବଂ ସ୍ୱତନ୍ତ୍ର କମିଟି ଗଠନ କରି ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡ଼ିଏମଓ କହିଛନ୍ତି । ମାଲକାନାଗିରି ମେଡ଼ିକାଲରେ ଏସଏନସିୟୁରେ ନର୍ସ ମାନେ ଟିକ୍ ଟକ୍ ଭିଡିଓ କରୁଥିବା ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା । କେବଳ ସେତିକି ନୁହେଁ ଏସଏନସିୟୁରେ ଚିକିସôାଧିନ ଥିବା ଶିଶୁଙ୍କୁ ଧରି ଭିଡିଓ କରିବାକୁ ବି ପଛାଇନଥିଲେ ନର୍ସ ମାନେ । ଗତକାଲି ଭିଡ଼ିଓଟି ଭାଇରାଲ ହୋଇଥିଲା । ଏହା ପରେ ମେଡ଼ିକାଲ କତୃପକ୍ଷ ପଦକ୍ଷେପ ନେବାପାଇଁ ସ୍ୱାସ୍ଥ୍ୟ ବିଭାଗକୁ ସୁପାରିସ କରିଥିଲେ ।