ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟୁଇଟ୍ କରି ବାଣ ଛାଡିଛନ୍ତି. ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା କଥା କହି ଆସୁଥିବା ବେଳେ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ସେମାନଙ୍କ ଖେଳକୁ ପଦାରେ ପକାଇ ଦେଇଛି ବୋଲି ସେ କହିଛନ୍ତି. ବିଜେପି ସହ ସମଦୂରତା ନୁହେଁ, ବରଂ ତାହା ସମବୁଝାମଣାରେ ପରିଣତ ହୋଇଛି ବୋଲି ସେ କହିଛନ୍ତି. ତେବେ ବିଜେପି ମହାନଦୀ ଠାରୁ ଆରମ୍ଭ କରି ରାଉରକେଲାର ମୁକ୍ତିକାନ୍ତଙ୍କୁ ଅପମାନିତ କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ପ୍ରତାରିତ କରିଥିବା ବେଳେ ସେହି ଦଳ ସହ ବିଜେଡିର ବୁଝାମଣା ଦୁଃଖର ବିଷୟ ବୋଲି କହିଛନ୍ତି. ଅନ୍ୟପକ୍ଷରେ ଯଦି ଜୁଏଲ, ଧର୍ମେନ୍ଦ୍ର କି ବୈଜୟନ୍ତ ଓଡିଶାବାସୀଙ୍କ ସେବା କରିବାକୁ ଚାହୁଁଥାନ୍ତି, ତେବେ କଂଗ୍ରେସରେ ମିଶିବାକୁ ଆହ୍ବାନ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here