ଆଶାକର୍ମୀଙ୍କ ପାଇଁ ଖୁସି ଖବର । ୧୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଅର୍ଥରାଶିରେ ସେମାନେ ସାଇକେଲ୍, ଆଲମିରା, ଛତା, ଟର୍ଚ୍ଚ ଲାଇଟ୍ ଓ ଚପଲ୍ କିଣି ପାରିବେ । ପୂର୍ବରୁ ଆଶା ଅବ୍ୟାହତ ଯୋଜନାରେ ସେମାନଙ୍କୁ ୧୦ହଜାର  ଟଙ୍କା ଦିଆଯାଉଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଚାକିରିର ୧୦ ବର୍ଷ ପରେ ସ୍ୱଇଚ୍ଛାରେ ଅବ୍ୟାହତି ନେଲେ କିମ୍ବା ୬୨ ବର୍ଷ ବୟସରେ ଅବ୍ୟାହତି ନେଲେ ଏହି ଅର୍ଥରାଶି ମିଳିବ । ଏହା ଦ୍ୱାରା ରାଜ୍ୟର ୪୭ ହଜାରରୁ ଉଦ୍ଧ୍ୱର୍ ଆଶାକର୍ମୀ  ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଶାକର୍ମୀଙ୍କ ନିଷ୍ଠାପର ସେବା ପାଇଁ ବିିଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ଉତ୍ସାହଜନକ ଭାବେ ହ୍ରାସ ପାଇଛି ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାରେ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here