ପାରାଦୀପରେ ଡବଲ ମର୍ଡର । ମେରାଇନ ଥାନାଠାରୁ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁଇଜଣ ଯୁବକଙ୍କ ମୃତଦେହ ପଡିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସହରର ନେହେରୁ ବଙ୍ଗଳା ଅଞ୍ଚଳରେ ଏହି ଦୁଇଟି ମୃତଦେହ କ୍ଷତାକ୍ତ ଅବସ୍ଥାରେ ପଡିରହିଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହି ଯୁବକ ଦ୍ୱୟଙ୍କୁ କେହି ହତ୍ୟା କରିଥିବା ଜଣାପଡୁଛି । ଊଭୟଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଏବଂ ସାଇଂଟିଫିକ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here