ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନିଜ ମନର କଥା ଖୋଲି କହିଛନ୍ତି। ଅଲ୍‌ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ, ଦେଶବାସୀଙ୍କ ଚିଠି ତାଙ୍କୁ ପ୍ରେରଣା ଦେଉଛି। ଏହାଦ୍ୱାରା ତାଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ମଧ୍ୟ ହେଉଛି। ମନ କି ବାତ ଦେଶ ଏବଂ ସମାଜ ପାଇଁ ଆଇନା ସଦୃଶ । ଯେଉଁ ସମୟରେ ଦେଶରେ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା ସେହି ସମୟରେ ଏହାର ବିରୋଧ କେବଳ ରାଜନୈତିକ କ୍ଷେତ୍ରରେ ନୁହେଁ, କିମ୍ବା ଏହା ରାଜନେତା ଓ ଆନ୍ଦୋଳନ ପର୍ଯ୍ୟନ୍ତ ସୀମିତ ନଥିଲା । ଏହା ଜନ ସାଧାରଣଙ୍କ ମନର ଆକ୍ରୋଶ ଥିଲା । ଲୁଚି ଯାଇଥିବା ଲୋକତନ୍ତ୍ରର ଏକ ସ୍ୱର ଥିଲା । ଲୋକତନ୍ତ୍ର ଯେତେବେଳେ କେହି ଛିନ୍ନ କରେ ସେହି ସମୟରେ ସାଧାରଣ ଜୀବନ ଶୈଳୀରେ ଆଧିକାରର ମହତ୍ବ ପରିଲକ୍ଷିତ ହୋଇଥାଏ । ଭାରତବାସୀ ଗର୍ବରେ କହିପାରିବେ କି, ଲୋକତନ୍ତ୍ର ଆମର ସଂସ୍କାର, ଲୋକତନ୍ତ୍ର ଆମ ସଂସ୍କୃତି । କିନ୍ତୁ ଜରୁରିକାଳୀନ ସମୟରେ ମୁଁ ଲୋକତନ୍ତ୍ରର ଅଭାବକୁ ଅନୁଭବ କରିଥିଲି ତେଣୁ ଚଳିତ ନିର୍ବାଚନକୁ ଲୋକତନ୍ତ୍ରର ରକ୍ଷା ପାଇଁ ସମର୍ପିତ କରିଥିଲି । ଏହାସହ ମୋଦୀ ପଢିବା ପାଇଁ ଅନୁରୋଧ କରିଛନ୍ତି । ଏବଂ କହିଛନ୍ତି କି, କୌଣସୀ ସ୍ୱାଗତ ସମ୍ବର୍ଦ୍ଧନାରେ ଆମକୁ ବୁକେ ନୁହେଁ ବୁକ୍ ଦେବା ଉଚିତ୍। ଅର୍ଥାତ ଫୁଲ ନୁହେଁ ପୁସ୍ତକ ଦେବା ଉଚିତ୍। ନରେନ୍ଦ୍ର ମୋଦୀ ଆପରେ ଦିଆଯାଇଥିବା ପୁସ୍ତକ ଉପରେ ଆପଣ କଥା ହୁଅନ୍ତୁ ଏବଂ ଚର୍ଚ୍ଚା କରନ୍ତୁ ବୋଲି ମୋଦୀ ଅନୁରୋଧ କରିଛନ୍ତି ।
ମୋଦୀ ଜଳ ସହ ସମ୍ବନ୍ଧିତ ବିଷୟରେ କହିଛନ୍ତି । ସେ କହିଛନ୍ତି, ଜଳ ସଂରକ୍ଷଣ ପାଇଁ ଉଜାଗରତା ଦେଖି ମୁଁ ବହୁତ ଖୁସୀ । ଗତ କିଛି ମାସ ପୂର୍ବରୁ କିଛି ଲୋକ ଜଳ ସମ୍ବନ୍ଧିତ ଚିଠି ଲେଖିଥିଲେ । ମୁଁ ଗ୍ରାମର ପ୍ରଧାନଙ୍କୁ ଜଳ ସଂରକ୍ଷଣର ମହତ୍ୱ ଏବଂ ଗ୍ରାମୀଣ ଭାରତରେ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବା ପାଇଁ ଏକ ପତ୍ର ଲେଖିଥିଲି । ଜଳର ମହତ୍ୱକୁ ଦୃଷ୍ଟିରେ ରଖି ଦେଶରେ ଏକ ନୂତନ ଜଳଶକ୍ତି ମନ୍ତ୍ରାଳୟ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here