ଭଗବାନଙ୍କ ବିଚିତ୍ର ସୃଷ୍ଟି । ଦୁଇଟି ଜୀବନ ଗୋଟିଏ ଦେହ । ଏ ଦୃଶ୍ୟ ଏମିତି ଯେ ବର୍ଣ୍ଣନା ପାଇଁ ଶଦ୍ଦ ନାହିଁ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଏହି ଯୋଡା ଶିଶୁ ଜନ୍ମ ନେଇଛନ୍ତି । ଛାତିରୁ ପେଟ ପର୍ଯ୍ୟନ୍ତ ଯୋଡିହୋଇ ଜନ୍ମ ନେଇଛନ୍ତି ଦୁଇ କନ୍ୟା ସନ୍ତାନ । ଢେଙ୍କାନାଳ ପରଜଙ୍ଗ ଖାଲପାଳ ଗାଁର ପ୍ରଦୀପ ବେହେରାଙ୍କ ସ୍ତ୍ରୀ ରେଣୁବାଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶିଶୁ ଜନ୍ମ ହେବାକୁ ଉଭୟ ବାପା ମା ଓ ପରିବାର ଲୋକ ଉକ୍ରଣ୍ଠାର ସହ ଅପେକ୍ଷା କରି ରହିଥିଲେ । ଶେଷରେ ଉକ୍ରଣ୍ଠାର ଅବସନା ଘଟିଲା । ରେଣୁବାଳା ଜନ୍ମ ଦେଇଥିଲେ ଯୋଡ଼ା ଶିଶୁ । ଦୁଇ ଶିଶୁ କନ୍ୟାଙ୍କ ଶରୀର ଛାତିରୁ ପେଟ ଯାଏଁ ଯୋଡ଼ି ହୋଇ ରହିଥିଲା । ପ୍ରସବ ପରେ ନବଜାତ ଦୁଇ ଶିଶୁ କନ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ମାତ୍ର ଶରୀରର ଅଧା ଭାଗ ଯୋଡ଼ା ଥିବାରୁ ଅଧିକ ଚିକିତ୍ସା ପାଇଁ ଶିଶୁଦ୍ୱୟଙ୍କୁ କଟକ ଶିଶୁଭବନ ପଠାଯାଇଛି । ଏବେ ଆଶା ଆଶଙ୍କା ଭିତରେ ରହିଛନ୍ତି ବାପା ମାଆ । ପୂର୍ବରୁ କନ୍ଧମାଳର ଜଗା କାଳିଆ ଯୋଡ଼ା ମୁଣ୍ଡ ପାଇଁ ଚର୍ଚ୍ଚାରେ ଥିଲେ । ଉଭୟଙ୍କର ଦିଲ୍ଲୀ ଏମ୍ସରେ ସଫଳ ଅସ୍ତ୍ରୋପଚାର କରାଯିବା ପରେ ବର୍ତ୍ତମାନ ଜଗା କାଳିଆ ସୁସ୍ଥ ଅଛନ୍ତି ।