ଭବାନୀପାଟଣା : କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଚୀନର ଉହାନରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ସାରା ଦେଶରେ ସଂକ୍ରମଣ ଜନିତ ଭୟ ସୃଷ୍ଟି କରିଛି । ଏବେ ଚାଇନାରୁ ଫେରିଥିବା କଳାହାଣ୍ଡି ଜିଲ୍ଲାର ୪ଜଣ କରୋନା ସନ୍ଦେହ ଘେରରେ ଅଛନ୍ତି । ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ଜଣେ ମହିଳା, କେସିଙ୍ଗା ବ୍ଲକର ଜଣେ ପୁରୁଷ, ଲାଞ୍ଜିଗଡ ବ୍ଲକର ଜଣେ ମହିଳା ଓ ପୁରୁଷ ସମେତ ୪ ଜଣଙ୍କ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ରଖିଛି । ଏହି ମାମଲାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ୩ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିଠି ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି । ସନ୍ଦୀଗ୍ଧ ୪ ଜଣ ମାସେ ତଳେ ଚୀନରୁ ଫେରିଥିଲେ । ସ୍ୱରାଷ୍ଟମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଏହି ୪ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ଆସନ୍ତା ୨୮ ଦିନ ପର୍ଯ୍ୟନ୍ତ ନଜର ରଖାଯିବ ।

LEAVE A REPLY

Please enter your comment!
Please enter your name here