ଜୁଲାଇ ୮ରେ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଆରମ୍ଭ ହେବ । ଜୁଲାଇ ୧୫ ଯାଏ ପରୀକ୍ଷା  ଚାଲି ରହିବ । ତେବେ ୧୨୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୨୭,୬୧୬ ପରୀକ୍ଷାର୍ଥୀ । ୫୫ଟି କେନ୍ଦ୍ରରେ ହେବ ରାଜ୍ୟ ଓପନ ସ୍କୁଲ ପରୀକ୍ଷା । ୯ ହଜାର ୩୩ ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେବେ । ପରୀକ୍ଷା ଜୁଲାଇ ୮ ରୁ ସକାଳ ୯ଟାରୁ ୧୧.୩୦ ଯାଏଁ ହେବ । ତେବେ ମଙ୍ଗଳବାର ବୋର୍ଡ ୱେବସାଇଟ www.bseodisha.ac.in ଆର୍ଡମିଟ କାର୍ଡ ଉପଲବ୍ଦ ହେଉଛି । ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଦେଉଥିବା ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷା କେନ୍ଦ୍ର ସଂମ୍ପର୍କରେ ୱେବସାଇଟରୁ ଜାଣିପାରିବେ ।

LEAVE A REPLY

Please enter your comment!
Please enter your name here