ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିବା ବେଳେ ଆଜି ଆଉ ଦୁଇ ମନ୍ଦିର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଟ୍ବିଟ କରି କେନ୍ଦ୍ର ନିକଟରେ ଦାବି କରିଛନ୍ତି । ଓଡିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗକୁ ନଜରରେ ରଖି କେନ୍ଦ୍ର ସରକାର ତୁରନ୍ତ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି । ଏଥିସହିତ କେନ୍ଦ୍ର ନିକଟରେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରିବାକୁ ଦାବି କରିବାକୁ ମୁଖ୍ୟମନ୍ତ୍ରୀ ଓଡିଶାର ସବୁ ସାଂସଦଙ୍କୁ ଅପିଲ କରିଛନ୍ତି । ଅନ୍ୟପକ୍ଷରେ ପୁରୀ ଶ୍ରୀମନ୍ଦିର ପରେ ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି । ପ୍ରଥମେ ଲିଙ୍ଗରାଜ ମନ୍ଦିର ସେବାୟତମାନେ ଏହାର ପ୍ରତିବାଦ କରିଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଆନ୍ଦୋଳନ କରାଯାଇଥିଲା । ଏକାମ୍ର କ୍ଷେତ୍ରରୁ ତୁରନ୍ତ ବାଇ-ଲ ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here