ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତଦୁଇ ନାମ ଲେଖା ପ୍ରକ୍ରିୟା । ଗତ ମଙ୍ଗଳବାର ପ୍ରକାଶ ପାଇଥିଲା ପ୍ରଥମ ମେରିଟ୍ ଲିଷ୍ଟ । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନେ ଜୁଲାଇ ୩ରୁ ୬ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ୩ଲକ୍ଷ ୭୫ ହଜାର ୯୫୬ ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୩ ହଜାର ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟରେ କୃତ୍ତକାର୍ଯ୍ୟ ହୋଇଛନ୍ତି । ବିଜ୍ଞାନରେ ୮୧ ହଜାର ୧୯୭ଜଣ , ବାଣିଜ୍ୟରେ ୨୨ହଜାର ୩୭୫ ଜଣ ମନୋନୀତ ହୋଇଥିବା ବେଳେ କଳାରେ ୬ ହଜାର ୩୧୯ ଜଣ ଏବଂ ଧନ୍ଦାମୁଳକରେ ୪ହଜାର ୬୯୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ଆଡମିସନ ପରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୧୨ରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଜୁଲାଇ ୧୨ ରୁ ୧୬ ତାରିଖ ମଧ୍ୟରେ ଆଡମିସନ କରିପାରିବେ ।

LEAVE A REPLY

Please enter your comment!
Please enter your name here