ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ଗତ ଦେଢମାସ ତଳେ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଛି । ଗତ ମେ ୨୩ ତାରିଖରେ ବୋମାମାଡ କରି ଡିଙ୍ଗର ଗାଁର ସନ୍ତୋଷ ପାତ୍ରଙ୍କୁ ହତ୍ୟା କରାଯାଇଥିଲା । ଘଟଣା ଦିନ ରାତିରେ ସନ୍ତୋଷ ପାତ୍ର ନିଜ ଅଟୋରେ ଘରକୁ ଫେରୁଥିବା ସମୟରେ ଡିଙ୍ଗର ପରିଛଳ ରାସ୍ତାରେ ବାଳକୃଷ୍ଣ ଅପେକ୍ଷା କରି ରହିଥିଲା । ପୂର୍ବ ଶତ୍ରୁତାକୁ ନେଇ ସନ୍ତୋଷ ଉପରେ ରାଗ ରଖିଥିବା ବାଳକୃଷ୍ଣ ସନ୍ତୋଷ ଉପରକୁ ତିନୋଟି ବୋମାମାଡ କରିଥିବା କୁହାଯାଉଛି । ଯାହାର ପର୍ଦ୍ଦାଫାସ କରିଛି ବେଗୁନିଆ ପୋଲିସ । ମୁଖ୍ୟ ଅଭିଯୁକ୍ତ ବାଳକୃଷ୍ଣ ତଥା ପ୍ରତାପ ସ୍ୱାଇଁଙ୍କ ସହ ବୋମା ଯୋଗାଇଥିବା ଖୋର୍ଦ୍ଧା ଜରିପୁଟ ଗାଁର ପ୍ରତାପକୁ ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡ ଘଟଣାରେ ବ୍ୟବହୃତ ଏକ ଆପାଚି ମୋଟରସାଇକେଲ ଏବଂ ଦୁଇଟି ମୋବାଇଲ ଫୋନ ତାଙ୍କ ଠାରୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here