ପୁଣିଥରେ ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ସୌମ୍ୟା ପ୍ରଧାନ । ଅସ୍ତିତାଭ ଏଣ୍ଟରଟେନ୍ମେଣ୍ଟପକ୍ଷରୁ ଆୟୋଜିତ ‘ଡିଭା ମିସ୍ ଇଣ୍ଡିଆ’ ୨୦୧୯ ରେ ବିଜୟ ମୁକୁଟ ପିନ୍ଧିଛନ୍ତି ସୌମ୍ୟା ।  ପ୍ରତିଯୋଗିତାରେ ସାମିଲ ହୋଇଥିଲେ ୨୯ଟି ରାଜ୍ୟର ପ୍ରତିଯୋଗୀ । ସୌମ୍ୟା ନିଜର ପ୍ରତିଭା ପ୍ରଦର୍ଶନ କରି ‘ସୁପର ଟ୍ୟାଲେଣ୍ଟଡ୍’ କାଟାଗୋରି ମଧ୍ୟ ପୁରସ୍କାର ପାଇଛନ୍ତି । ୧୭ ବର୍ଷର ସୌମ୍ୟା କିଟ୍ ଇଣ୍ଟରନ୍ୟାସନାଲ୍ ରେ ଯୁକ୍ତ ଦୁଇ  ଶ୍ରେଣୀର ଛାତ୍ରୀ । ପିଲାବେଳୁ ସୌମ୍ୟାଙ୍କ ମଡେଲିଙ୍ଗ ପ୍ରତି ଆଗ୍ରହ ଥିଲା । ପୂର୍ବରୁ ସେ କିଟ୍ ନହ୍ନିପରୀରେ ‘ମିସ ସେଲ୍ଫି’ ଟାଇଟେଲ୍ ହାସଲ କରିବା ସହ ‘କଳିଙ୍ଗ ସୁନ୍ଦରି’ ଟାଇଟେଲ ହାସଲ କରିଛନ୍ତି । ସୌମ୍ୟାଙ୍କ ଡାକ୍ତର ହେବାର ସ୍ୱପ୍ନ ଥିବାବେଳେ ତାଙ୍କୁ ତେଲଗୁ,ପଞ୍ଜାବୀ,ବଲିଉଡ୍ ଏବଂ ଓଲିଉଡ୍ରେ ଅଭିନୟର ଅଫର ଆସିଥିଲେ ମଧ୍ୟ ସେ ଏଥିପ୍ରତି ମନ ବଳାଇ ନାହାନ୍ତି । ପ୍ରଥମେ ପାଠପଢ଼ା ଓ ପରେ ଗ୍ଲାମର୍ ଦୁନିଆ ବୋଲି ସୌମ୍ୟା କହିଛନ୍ତି ।

LEAVE A REPLY

Please enter your comment!
Please enter your name here