ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୪୭ ବର୍ଷ ବୟସରେ ପାଦ ଥାପିଛନ୍ତି । ସାରା ଭାରତ ବର୍ଷରେ ଦାଦା ନାମରେ ପରିଚିତ ଗାଙ୍ଗୁଲି ଭାରତୀୟ କ୍ରିକେଟ ଟିମ୍ କୁ ନୂତନ ପରିଚୟ ଦେଇଥିଲେ । ନିଜର ଅଧିନାୟକ ଶୈଳି ଏବଂ ଦମଦାର ବ୍ୟାଟିଂ ଷ୍ଟାଇଲ ପାଇଁ ବେଶ ପରିଚିତ ଥିଲେ ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି । ୧୯୯୬ ମସିହାରେ ଐତିହାସିକ ଲର୍ଡ୍ସରେ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ଦାଦା । ନିଜର ପଦାର୍ପଣ ମ୍ୟାଚରେ ଦମଦାର ଶତକ ସହ ଭାରତୀୟ କ୍ରିକେଟରେ ଏଣ୍ଟ୍ରି କରିଥିଲେ ସୌରଭ । ତାଙ୍କ ନେତୃତ୍ୱରେ ଭାରତ ବିଦେଶ ମାଟିରେ ଉନ୍ନତ ପଦର୍ଶନ କରିଥିଲା । ସୌରଭ ୧୧୩ ଟି ଟେଷ୍ଟ ମ୍ୟାଚରୁ ୭୨୧୨ ରନ ସଂଗ୍ରହ କରିଛନ୍ତି ଯେଉଁ ଥିରେ ୧୬ଟି ଶତକ , ଗୋଟିଏ ଦ୍ୱିଶତକ ଓ ୩୫ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ନିଜର ବ୍ୟାଟିଂ ପାଇଁ ପରିଚିତ ସୌରଭ ଟେଷ୍ଟରେ ବୋଲଂ କରି ୩୨ ଟି ୱେକେଟ ହାସଲ କରିଛନ୍ତି । ଦିନିକିଆରେ ଗାଙ୍ଗୁଲି ଧମାକାଦାର ପଦର୍ଶନ ଆଜିବି ଦର୍ଶକଙ୍କ ପାଇଁ ଅଭୁଲା ହୋଇ ରହିଛି । ୩୧୧ ଟି ଦିନିକିଆ ଖେଳି ଦାଦା ୧୧,୩୬୩ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୨୨ଟି ଶତକ ଓ ୭୨ ଟି ଅର୍ଦ୍ଧଶତକ ସାମିଲ ଅଛି । ଦିନିକିଆ କ୍ରିକେଟରେ ଦାଦା ୧୦୦ ୱିକେଟ ମଧ୍ୟ ହାସଲ କରିଛନ୍ତି । ଦିନିକିଆ ରେ ସୌରଭ ସର୍ବାଧିକ ୧୮୩ ରନର ଇଂନିସ ଖେଳିଛନ୍ତି । ଏହି ୧୮୩ ରନ ଗାଙ୍ଗୁଲି ୧୯୯୯ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ପାଇଁ ବିଶ୍ୱକପରେ ସର୍ବାଧିକ ସ୍କୋର ହୋଇ ରହିଛି ।

LEAVE A REPLY

Please enter your comment!
Please enter your name here