ବଲିଉଡ୍ ର  ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିସନ ମଙ୍ଗଳ’ର ଟିଜର ଆଜି ରିଲିଜ ହୋଇଛି । ଏହି ଟିଜରରେ ୪୫ ସେକେଣ୍ଡର ଫିଲ୍ମର ଥିମ୍କୁ ଦେଖିବାକୁ ମିଳିଛି । ଜଗନ ଶକ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନଜର ଆସିବେ ଅକ୍ଷୟ କୁମାର ,ତାପସୀ ପନ୍ନୁ ,ବିଦ୍ୟା ବାଲାନ, ଶରମନ ଜୋଶୀ ,କିର୍ତ୍ତୀ କୁହ୍ଲାରୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ କାହାଣୀରେ ଭାରତର ମଙ୍ଗଳ ଅଭିଯାନ ଉପରେ ଆଧାରିତ । ମିସନ ମଙ୍ଗଳ ଐତିହାସିକ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଅକ୍ଷୟଙ୍କ ନାଁ ରାକେଶ ଧୱନ ରହିିଛି । ତେବେ ଏହି ଫିଲ୍ମ ଅଗଷ୍ଟ ୧୫ ରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି । ଏହା ପୂର୍ବରୁ ଫିଲ୍ମ ପୋଷ୍ଟର ରିଲିଜ୍ ହୋଇସାରିଛି । ଅକ୍ଷୟ କୁମାର ‘ମିସନ ମଙ୍ଗଳ’ ଫିଲ୍ମର ଟିଜର ନିଜେ ଟୁଇଟରରେ ସେୟାର କରିଛନ୍ତି । ଏହା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here